ମାସ୍କ ପିନ୍ଧିବାକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ । କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ

ଓମିକ୍ରନ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଉଥିବାବେଳେ କିଭଳି ମାସ୍କ ପିନ୍ଧିବେ ତାକୁ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କହିଛନ୍ତି, କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ । ତେଣୁ ଡବଲ ମାସ୍କ ବ୍ୟବହାର ଓ ଉପଯୁକ୍ତ ଭାବେ ପିନ୍ଧିବା ଆବଶ୍ୟକ । ଏନ-୯୫ କିମ୍ବା କେଏନ-୯୫ ମାସ୍କ ସବୁଠୁ ଭଲ ।

ଓମିକ୍ରନ ଭୟ ଭିତରେ କେଉଁ ମାସ୍କ ପିନ୍ଧିବେ ଓ କିଭଳି ପିନ୍ଧିବେ ? କପଡା ମାସ୍କ ଆପଣଙ୍କ ପାଇଁ କେତେ ନିରାପଦ ? ଏନ-୯୫ ମାସ୍କ ବିପଦମୁକ୍ତ କି ? କରୋନାର ନୂଆ ଭାରିଏଂଟ ଓମିକ୍ରନ ବଢ଼ୁଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ହେଲେ କେଉଁ ମାସ୍କ ପିନ୍ଧିବେ ଓ କିପରି ପିନ୍ଧିବେ, ସେନେଇ ସଚେତନ ହେବା ଜରୁରୀ ହୋଇପଡିଛି । ବିଶେଷଜ୍ଞ ଡାକ୍ତର ବି ଏ ନେଇ ପରାମର୍ଶ ଦେଇଛନ୍ତି । ସେମାନଙ୍କ କହିବା କଥା ହେଲା, କପଡ଼ା ମାସ୍କ ଓମିକ୍ରନ ଭୂତାଣୁକୁ ରୋକିବାରେ ବିଫଳ ହୋଇପାରେ । ତେଣୁ ଡବଲ ମାସ୍କ ବା ୩ ଲେୟାର ମାସ୍କ ବ୍ୟବହାର ଜରୁରୀ । ଗୋଟିଏ ଲେୟାର ମାସ୍କ ବ୍ୟବହାର କଲେ ଭୂତାଣୁ ପ୍ରବେଶର ସମ୍ଭାବନା ଅଧିକ ଥାଏ ।

କରୋନା ଆସିବା ସମୟରେ ବିଶେଷଜ୍ଞମାନେ କପଡା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏପରିକି ଏନ-୯୫ ମାସ୍କ ବ୍ୟବହାର ନ କରିବାକୁ ଅନେକ ବିଶେଷଜ୍ଞ କହିଥିଲେ । ଏବେ କିନ୍ତୁ ଓମିକ୍ରନ ଦ୍ରୁତଗତିରେ ବ୍ୟାପୁଥିବାରୁ ଏନ-୯୫ ମାସ୍କ ବ୍ୟବହାର ଉପରେ ବିଶେଷଜ୍ଞ ପୁଣି ଗୁରୁତ୍ୱ ଦେଇଛନ୍ତି ।


ବିଶେଷଜ୍ଞଙ୍କ କହିବା ଅନୁସାରେ, ରଙ୍ଗବେରଙ୍ଗର କପଡା ମାସ୍କ ଶରୀରରେ ହୁଏତ ଭଲ ଦେଖାଯାଇପାରେ । କିନ୍ତୁ ଏହି ମାସ୍କର ୭୫ ପ୍ରତିଶତ ଅଂଶରେ ଲିକେଜ ରହିଥାଏ । କିନ୍ତୁ ଏ ଦୃଷ୍ଟିରୁ ଦେଖିଲେ ଏନ-୯୫ ମାସ୍କ ଓ ୩ ସ୍ତର ବିଶିଷ୍ଟ ମାସ୍କ ୯୫ ପ୍ରତିଶତ ନିରାପଦ । ତେଣୁ ତିନିସ୍ତରର ମାସ୍କ ଓ ଏନ-୯୫ ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ଭୂତାଣୁ ପ୍ରବେଶ କରିବାର ସମ୍ଭାବନା ବହୁତ କମ୍ ଥାଏ । ହାଇରିସ୍କ ସ୍ଥାନକୁ ଗଲେ ଏନ-୯୫ ଭଲ ବୋଲି ବିଶେଷଜ୍ଞ କହିଛନ୍ତି । ତେଣୁ ଏଭଳି ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

Comments

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58