ଏଥର ଦୁର୍ଗା ପୂଜାରେ ବାତ୍ୟା ଆଶଙ୍କା

ଦୁର୍ଗାପୂଜା ବେଳେ ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ସମୁଦ୍ରରେ ଅଧିକ ଦିନ ରହି ହେବ ଶକ୍ତିଶାଳୀ ! ଦୁର୍ଗାପୂଜା ପାଇଁ ସରକାରଙ୍କ କଟକଣା ପରେ ଏବେ ବାତ୍ୟା ସମ୍ପୂର୍ଣ୍ଣ ଫିକା କରିଦେଲା ପରି ଅନୁମେୟ ହେଉଛି ।

 ଅକ୍ଟୋବରରେ ଓଡିଶାକୁ ବତ୍ୟା ଭୟ ଅଧିକ ରହିଥାଏ । ଏହା ପୂର୍ବରୁ ମହାବାତ୍ୟା ହୁଡହୁଡ, ଫାଇଲିନ, ତିତିଲି ବାତ୍ୟା ଅକ୍ଟୋବରରେ ଓଡିଶା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ପୁଣି ଚଳିତ ମାସ ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି ଏହି ଲଘୁଚାପ ସମୁଦ୍ରରେ ବାତ୍ୟାର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ।


ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇ କ୍ରମେ ଅବପାତର ରୂପ ନେବ । ଏହାପରେ ସମୁଦ୍ରରେ ୪ରୁ ୫ ଦିନ ରହିବାର ସମ୍ଭାବନା ରହିଛି । ତେଣୁ ଏହି ବାତ୍ୟା ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗକୁ ପ୍ରବେଶ କରିବା ଆଶଙ୍କା କରାଯାଉଛି ।

ଏହା ପୂର୍ବରୁ ଓଡିଶାରେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅମ୍ଫାନ ବାତ୍ୟା ମଧ୍ୟ ସମୁଦ୍ରରେ ୫ ଦିନ ରହିବା ପରେ ସ୍ଥଳଭାଗ ମୁହାଁ ହୋଇଥିଲା । ତେଣୁ ଅକ୍ଟୋବରରେ ହେବାକୁ ଥିବା ଏହି ଲଘୁଚାପ ଶକ୍ତିଶାଳୀ ହୋଇ ଉପକୂଳକୁ ଆସିବା ଅନୁମାନ କରାଯାଉଛି । ଯଦିଓ ଅନ୍ତର୍ଜାତୀୟ ପାଣିପାଗ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଛନ୍ତି । କିନ୍ତୁ ଏହି ବାତ୍ୟା କେତେ ଶକ୍ତିଶାଳୀ ହେବ? ଏହାର ପ୍ରଭାବ ଓଡିଶା ଉପରେ କେମିତି ରହିବ ? କେତେ କ୍ଷୟକ୍ଷତି କରିପାରେ ? ସେ ସମ୍ପର୍କରେ ପୂର୍ବାନୁମାନ ଏବେ ଆସିନାହିଁ । ଅନ୍ୟପଟେ ବିଶେଷଜ୍ଞଙ୍କ ଅନୁସାରେ ବାତ୍ୟା ସୃଷ୍ଟି ବେଳେ ଯଦି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରାଯାଇଥାଏ, ତେବେ ବାୟୁମଣ୍ଡଳରେ ତଳ ଉପର ଭାଗର ବାୟୁ ପ୍ରବାହ ଆସୁଥିବା ବାତ୍ୟାକୁ ଶକ୍ତିଶାଳୀ କରିବାକୁ ସାହାଯ୍ୟ କରିବ ।


ଅଧିକ ଜାଣିବା ପାଇଁ କିମ୍ବା ଏହି ବାତ୍ୟା ଖବର ଉପରେ ଅପଡେଟ୍ ରହିବା ପାଇଁ ଆମ ନ୍ୟୁଜ୍‌ ସହ ଯୋଡ଼ି ହୋଇ ରୁହନ୍ତୁ ।






Comments

Popular posts from this blog

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ