ଆଫଗାନ୍ ପୋଲିସ ମୁଖ୍ୟଙ୍କୁ ନିର୍ମମ ଭାବରେ ହତ୍ୟା: ଆଖିରେ ପଟି ବାନ୍ଧି ଆଣ୍ଠେଇ ବସାଇବା ପରେ ଗୁଳି କଲା ତାଲିବାନ

ଆଫଗାନିସ୍ତାନରେ ତାଲିବାନ କ୍ରୁରତାର ସବୁ ସୀମା ପାର କରିଦେଇଛି। କ୍ଷମତା ପାଇବା ପରେ ଦେଶର ଲୋକଙ୍କ ଉପରେ କରି ଚାଲିଛି ଅତ୍ୟାଚାର। ଏବେ ଆଫଗାନ ପୋଲିସ ମୁଖ୍ୟଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି ତାଲିବାନ । ତାଲିବାନର କମାଣ୍ଡୋ ବଦଗୀଶ ପ୍ରଦେଶରେ ପୋଲିସ ମୁଖ୍ୟ ହାଜି ମୁଲ୍ଲା ଅଚକଜଇଙ୍କୁ ଧରିବା ପରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ହତ୍ୟା କରିବା ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ତେବେ ତାଲିବାନ ନିଜେ ଏ ସମ୍ପର୍କରେ କୌଣସି ବୟାନ ଜାରି କରିନି। ତାଲିବାନ ଆମେରିକା ସେନା ଓ ଅଶରଫ୍ ଗନି ସରକାରଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ଘର ଘର ଯାଇ ଖୋଜୁଛି। ଏବଂ ଧମକ ମଧ୍ୟ ଦେଇଛି ।

‘ଦ ସନ୍‌’ର ରିପୋର୍ଟ ଅନୁସାରେ, ଆଫଗାନ୍ ସୁରକ୍ଷା ପରାମର୍ଶଦାତା ଓ ହାଜି ମୁଲ୍ଲା ଅଚକଜଇଙ୍କ ସାଙ୍ଗ ନାସିର ଓ୍ବଜିରି କହିଛନ୍ତି, ତାଲିବାନ ସମର୍ଥକଙ୍କ ପକ୍ଷରୁ ପୋଲିସ ମୁଖ୍ୟଙ୍କୁ ହତ୍ୟାର ଭିଡିଓ ଜାରି କରାଯାଇଛି। ଓ୍ବଜିରି ଅନ୍ୟ ପୋଲିସ ଅଧିକାରୀଙ୍କ ସହିତ ଭାଇରାଲ ହେଉଥିବା ଫୁଟେଜ୍ ଦେଇ କହିଛନ୍ତି, ତାଲିବାନ ପୋଲିସ ମୁଖ୍ୟ ଅଚକଜଇକୁ ହତ୍ୟା କରାଯାଇଥିଲା। ଗୁରୁବାର ରାତିରେ ସେ ତାଲିବାନ ସାମନାରେ ଆତ୍ମସପର୍ମଣ କରିଥିଲେ।

ଶହୀଦ ପୋଲିସ ମୁଖ୍ୟଙ୍କ ବନ୍ଧୁ ନାସିର ଓ୍ବଜିରି କହିଛନ୍ତି, ଅଚକଜଇଙ୍କୁ ତାଲିବାନୀ କମାଣ୍ଡୋ ଘେରି ଯାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ନିକଟରେ ସରେଣ୍ଡର କରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା। ଆତଙ୍କବାଦୀମାନେ ପ୍ରଥମେ ପୋଲିସ ମୁଖ୍ୟଙ୍କ ଆଖିରେ ପଟି ବାନ୍ଧି ତାଙ୍କୁ ଆଣ୍ଠେଇ ବସାଇଥିଲେ। ଏହାପରେ ତାଙ୍କର ମୁଣ୍ଡକୁ ଗୁଳି ମାରି ଦେଇଥିଲେ। ଉଲ୍ଲେଖନୀୟ ଯେ, ହାଜି ମୁଲ୍ଲା ଅଚକଜଇକୁ ତାଲିବାନର ଶତ୍ରୁ ବୋଲି କୁହାଯାଉଥିଲା। ସେ ତାଲିବାନ ସହିତ ବଡ ଯୁଦ୍ଧ ଲଢିଥିଲେ  l

ଚାଲିବାନ ଆତଙ୍କବାଦୀ ମାନେ ସମସ୍ତଙ୍କ ସ୍ଵାଧିନତାକୁ ଭଙ୍ଗକରି ବନ୍ଧୁକ ମୁନରେ ପ୍ରଭୁତ୍ଵବାଦ ବିସ୍ତାର କରିବାକୁ ଚେଷ୍ଟା କରୁଛି । ତେବେ ଏତେ ସବୁ ସତ୍ତ୍ଵେ ମଧ୍ୟ ତାଲିବାନ କୁ କିଛି ରାଷ୍ଟ୍ର ବା ବ୍ୟକ୍ତି ସମର୍ଥନ ଜଣାଉଛନ୍ତି ।

ଭାରତର କିଛି ନାଗରୀକ ମାନଙ୍କୁ ଏବେ ସୁଦ୍ଧା ଉଦ୍ଧାର କରାଯାଇଥିଲେ ମଧ୍ୟ ଅହୁରି ଅନେକ ଫସି କରି ରହିଛନ୍ତି । ତେବେ ସରକାରଙ୍କ ପ୍ରମୁଖ କାର୍ଯ୍ୟ ଏବେ ସେଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ହିଁ ପାଲଟିଛି ।


Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

ଅଂଶୁଘାତ ଏବଂ ତାହାର ପ୍ରତିକାର

Water level in Rishiganga lake has reduced by half a feet, scientists still refuse any kind of danger

Global warming - The rising temperature of the earth will cause problems like living and food crisis.

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ