Posts

Showing posts from April, 2021

Basic full-form knowledge

Image
CPU = Central Processing Unit RAM = Random Access Memory ROM = Read Only Memory PROM = Programmable Read Only Memory EPROM = Erasable PROM EEPROM = Electrically EPROM HDD = Hard Disk Drive FDD = Floppy Disk Drive KBD = KeyBoard I/0 = Input &Output CD = Compact Disk DVD = Digital Video Disk SMPS = Switch Mode Power Supply POST = Power ON Self Test VDU = Visible Display Unit LED = Light Embedded Diode LCD = Liquid Crystal Display USB = Universal Serial Bus VGA = Video/Visual Graphic Adapter LAN= Local Area Network WAN = Wide Area Network MAN = Metropolitan Area Network HLL = High Level Language LLL = Low Level Language MIPS = Million of Instruction Per Second Mbps = Mega Bytes Per second Kbps = Kilo Bytes per second HTTP = Hyper Text Templates WWW = World Wide Web IP = Internet Protocol ISP = Internet Service Provider 4 Bits = 1 Nibble 8 Bits = 1 Byte 1024 Bytes = 1 Kilo Byte ( KB) 1024 KB = 1 Mega Byte ( MB) 1024 MB = 1 Gyga Byte ( GB) 1024 GB = 1 Tera Byte ( TB) 1024 TB...

ଡରଉଛି କରୋନା :- ୨୪ ଘଣ୍ଟାରେ ୨ ଲକ୍ଷ ୭୩୯ ସଂକ୍ରମିତ... ୧୦୩୮ ମୃତ୍ୟୁ, ରାଜ୍ୟରେ ୩ହଜାର ପାଖାପାଖି ଦୈନିକ ସଂକ୍ରମଣ

Image
 ଦେଶରେ କରୋନା ସଂକ୍ରମଣର ହାର ପ୍ରତ୍ୟକଦିନ ରେକର୍ଡ ଭାଙ୍ଗୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଡାକ୍ତର ଓ ବିଶେଷଜ୍ଞମାନେ ଯେଭଳି ଆକଳନ କରିଥିଲେ ଏବେ ଠିକ୍ ସେହିଭଳି ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୩୯ ଜଣ  ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଯାହାକି ଦେଶରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂକ୍ରମଣ ବୋଲି କୁହାଯାଇଛି । ସେପଟେ ସଂକ୍ରମଣ ହାର ବୃଦ୍ଧି ସହିତ ମୃତ୍ୟୁହାର ବି ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ଦେଶରେ ୧୦୩୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୦ ହଜାର ୩୦୦ କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ବ୍ୟତୀତ ଏବେ ୧୪ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି । ସେପଟେ ଦେଶରେ ୨୪ ଘଂଟା ମଧ୍ୟରେ ୯୩,୫୨୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  କରୋନା ସଂକ୍ରମଣରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୭୩,୧୨୩ କୁ ବୃଦ୍ଧି ପାଇଛି । ଦେଶରେ ସବୁଠାରୁ ଅଧିକ ସଂକ୍ରମିିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରୁ ୫୮.୯୫୨, ଉତ୍ତରପ୍ରଦେଶରୁ ୨୦,୫୧. ଦିଲ୍ଲୀ ୧୭,୨୮୨, ଛତିଶଗଡ ୧୪,୨୫୦,ମଧ୍ୟପ୍ରଦେଶ ୯୭୨୦, ଗୁଜୁରାତ ୭.୪୧୦ ଓ ବିହାରରେ ୪୭୮୬ ଜଣ ସଂକ୍ରମିତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ୩ହଜ...

ଚିନ୍ତା ବଢାଉଛି କରୋନା : ଦେଶରେ ୧ ଲକ୍ଷ ୬୮ହଜାରରୁ ଅଧିକ ନୂଆ କେସ; ୬ ମାସ ପରେ ଦିନକରେ ୯୦୪ ମୃତ

Image
 ଦେଶରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଂଟାରେ ୧ ଲକ୍ଷ ୬୮ ହଜାର ୯୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୯୦୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ରହିଛି । ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୦ ହଜାର ୧୭୯ରେ ପହଂଚିଛି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୨ ଲକ୍ଷ ୧ ହଜାର ୯ଜଣ । ୧କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେପଟେ ସଂକ୍ରମିତଙ୍କ ସଂଖ୍ୟାରେ ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର । ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧୭ଶହ ୪୧ ଆକ୍ରାନ୍ତ ଚିହ୍ନଟ ହେଶଇଛନ୍ତି । ସଂଗରୋଧରୁ ହଜାରେ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୨୬ । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨ । ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୪, ନବରଙ୍ଗପୁରରୁ ୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ମାମଲା ରହିଛି ୯ ହଜାର ୨୫୯ । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବ...

କରୋନାର ନୂଆ ରୂପ ଏବଂ ନୂଆ ଲକ୍ଷଣ... ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ନୂଆ ଗାଇଡଲାଇନ୍...

Image
ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି କରୋନାର ଦ୍ୱିତୀୟ ଲହର । ହୁ ହୁ ହୋଇ ସଂଖ୍ୟା ବଢୁଛି, ନୂଆ ରୂପ ନେଉଛି, ନୂଆ ଲକ୍ଷଣ ବି ପ୍ରକାଶ ପାଉଛି । ନଜର ପକାନ୍ତୁ, କରୋନାର ନୂଆ ଲକ୍ଷଣ ଊପରେ... କରୋନା: ନୂଆ ରୂପ, ନୂଆ ଲକ୍ଷଣ:- * ଦେହ ହାତ ଅବଶ ଲାଗିବା * ଭୋକ ନହେବା * ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା * ଦିନକୁ ୪-୫ ଥର ପତାଳା ଝାଡ଼ା ହେବା * ଚର୍ମ ରୋଗ ନୂଆ କରି ଦେଖାଦେବା * ଚର୍ମ କୁଣ୍ଡାଇ ହୋଇ ଲାଲ କିମ୍ବା ନୀଳ ପଡ଼ିବା * ଗଳା ଦରଜ ହେବା, ନାକ ଚୁଣ୍ଟି ହେବା * ସାମାନ୍ୟ କାଶ ହେବା ସହ ଛାତିରେ ସାମାନ୍ୟ ଯନ୍ତ୍ରଣା ହେବା କରୋନା ଭୂତାଣୁ ରୂପ ବଦଳାଇବା ସହ ଦ୍ୱିତୀୟ ଲହରରେ ଲକ୍ଷଣ ମଧ୍ୟ ବଦଳିବାରେ ଲାଗିଛି । ଯଦି ଆପଣଙ୍କ ଠାରେ ନୂଆ ଲକ୍ଷଣ ଦେଖା ଯାଉଛି, ତାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ । ନୂଆ ପ୍ରଜାତିର କରୋନା ଭୂତାଣୁ ପ୍ରତି ଅଧିକ ସତର୍କତା ଆବଶ୍ୟକ । କାରଣ, ଏହା – * ନୂଆ ପ୍ରଜାତିର ଭୂତାଣୁ ଅଧିକ ସଂକ୍ରମକ * ଶୁଖିଲା ବସ୍ତୁ ଉପରେ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ * କେତେକ ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ * ସତର୍କ ନରହିଲେ ପୁଣି ଥରେ ଲକଡାଉନ୍ ଓ ସଟଡାଉନ୍ ଭଳି ସ୍ଥିତି ଉପୁଜିପାରେ କରୋନା ବିରୋଧରେ ଲଢ଼େଇରେ ଜିତିବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି...

ବଢୁଛି କରୋନା, ୨୪ଘଣ୍ଟାରେ ୧୩ଶହ ୭୪ ନୂଆ ସଂକ୍ରମଣ ଏବଂ ଓଡ଼ିଶା ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟିକା

Image
ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ଘଂଟା ଭିତରେ ୧୩ଶହ ୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୮ଶହ ୧୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୬୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୩ଶହ ୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବରଗଡ଼ରୁ ୫୯, ଅନୁଗୁଳରୁ ୩୩, ବାଲେଶ୍ବରରୁ ୧୭, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫, ଗଜପତିରେ ୮ ଜଣ, ଗଞ୍ଜାମରେ ୨୦ଜଣ, ଯାଜପୁରରେ ୨୫ଜଣ, ଜଗତସିଂହପୁରରେ ୯ଜଣ, ଝାରସୁଗୁଡ଼ାରେ ୫୨ ଜଣ, କଳାହାଣ୍ଡିରୁ ୪୫ଜଣ, କନ୍ଧମାଳରେ ୩, କେନ୍ଦ୍ରାପଡ଼ାରେ ୪ଜଣ, କେଉଁଝରରେ ୨୪ଜଣ, କୋରାପୁଟରେ ୮ ଜଣ, ମୟୁରଭଞ୍ଜରେ ୨୬ ଜଣ, ନବରଙ୍ଗପୁରରେ ୨୦ଜଣ, ନୟାଗଡ଼ରେ ୧୩, ନୂଆପଡ଼ାରେ ୧୩୫ ଜଣ, ପୁରୀରେ ୪୪ ଜଣ, ରାୟଗଡ଼ାରୁ ୪୭, ସମ୍ବଲପୁରରେ ୭୭ଜଣ, ସୋନପୁରରେ ୪ ଜଣ ଓ ଷ୍ଟେଟ ପୁଲରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୮,୧୮୨। ଏମାନଙ୍କ ଭିତରୁ ୩, ୩୯,୨୦୦ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦୦୩ଜଣ ସକ୍ରିୟ ଅଛନ୍ତି। ଓଡ଼ିଶାକୁ ଆସୁଛି ଟିକା -  ଓଡିଶାକୁ ଆସୁଛି ୨ ଲ...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Image
o୯:୦୪:୨୦୨୧: - ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ପ୍ରକୋପ ବଢୁଥିବାରୁ ଅନେକ ଦେଶରେ ଲକଡାଉନ୍ ଓ ସଟଡାଉନ୍ ଫେରିଛି। ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ପ୍ରାୟ ୭ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ ହଜାର ସଂକ୍ରମିତ ଜୀବନ ହାରିଛନ୍ତି । ଆମେରିକାର ଜନ୍ ହପକିଙ୍ଗସ୍ ୟୁନିଭର୍ସିଟିର ସିଏସଏସଇ ଏନେଇ ରିପୋର୍ଟ ଦେଇଛି । ରିପୋର୍ଟ ଅନୁସାରେ, ୧୯୨ଟି ଦେଶରେ ଗୋଟିଏ ଦିନରେ ୬,୭୫,୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ସଂଖ୍ୟା ୧୩୨୯୭୬୨୮୬କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା ୨୮୮୬୫୮୬ ହୋଇଯାଇଛି । କେବଳ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୦୯୨୧୯୭୬ରେ ପହଁଚିଛି । ଏହାସହ ୫୫୯୧୦୯ଜଣ ପ୍ରାଣ ହରାଇଲେଣି । ବିଶ୍ୱର ୧ କୋଟିରୁ ଅଧିକ ସଂକ୍ରମିତ ଦେଶ ମଧ୍ୟରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ତୃତୀୟରେ ରହିଛି । ସେହିପରି ବିଶ୍ୱର ଅନେକ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି । ଏହାସତ୍ତ୍ୱେ ଅନେକ ଦେଶ କରୋନା ସହ ଲଢେଇ କରିବାରେ ବିଫଳ ହେଉଛନ୍ତି । ଭାଇରସର ନୂଆ ଲହର ଅଧିକ ମାରାତ୍ମକ ଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଭାରତରେ ମଧ୍ୟ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୮୦୦ରୁ ଅଧିକ ଆକ୍ରାନ୍ତ ଜୀବନ ହାରିଛନ୍ତି ।  ରାଜ୍ୟରେ କରୋନା ମିଟର ଉପର ମୁହାଁ । ହଜାରେ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ଗ...

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

Image
ନୂଆଦିଲ୍ଲୀ, ୦୮।୦୪:  ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ମଧ୍ୟ ସଂକ୍ରମଣ ହୁହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ନ୍ୟୁଜିଲାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ଏପ୍ରିଲ ୨୮ ଯାଏଁ ସମସ୍ତ ଯାତ୍ରୀଙ୍କ ପ୍ରବେଶକୁ ସସପେଣ୍ଡ କରାଯାଇଛି । କିଓ୍ୱିର ଏହି ନିଷ୍ପତ୍ତି ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତରେ ଗତ ୨ ଦିନ ହେଲା ପଜିଟିଭ୍ ମାମଲା ୧ ଲକ୍ଷ ଉପରେ ରହିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶୱ୍ର ୩ ନମ୍ବର ସର୍ବାଧିକ ପ୍ରଭାବିତ ଦେଶ । ବିଶ୍ୱର ସବୁଠାରୁ ଅଧିକ କେସ୍ ଭାରତରେ ହିଁ ଆସୁଛି । ସେହିପରି ଆରୋଗ୍ୟ ଦୃଷ୍ଟିରୁ ମଧ୍ୟ ଭାରତ ଆମେରିକା ପଛରେ ଦ୍ୱିତୀୟରେ ରହିଛି । ମୃତ୍ୟୁସଂଖ୍ୟାରେ ଆମେରିକା, ବ୍ରାଜିଲ ଓ ମେକ୍ସିକୋ ପଛରେ ଭାରତ ରହିଛି ।  ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଜାରି ରହିଛି । ଏପ୍ରିଲ ୭ ତାରିଖ ସୁଦ୍ଧା ୮ କୋଟି ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆ ସରିଲାଣି । ଭାକସିନର ଦ୍ୱିତୀୟ ଡୋଜ୍ ଅଭିଯାନ ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଉର୍ଧ୍ୱ ସମସ୍ତଙ୍କୁ ଟିକା ଲଗାଯାଉଛି । ଏହା ସ...

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Image
 ଦେଶରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ୨୪ଘଣ୍ଟାରେ ଦିନକରେ ୧,୧୫,୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୮,୦୧,୭୮୫ କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ଘଣ୍ଟାରେ ୫୯,୮୫୬ ଜଣ ସୁସ୍ଥ ହୋଇଛନ୍ତି ।  ୫୯,୮୫୬ ଜଣଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧,୧୭,୯୨,୧୩୫ରେ ପହଞ୍ଚିଛି । ଆଉ ୮,୪୩,୪୭୩ ସକ୍ରିୟ ସଂକ୍ରମିତ ଥିବା ବେଳେ ୧,୬୬,୧୭୭ ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା  ।  ରାଜ୍ୟରେ ମଧ୍ୟ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ । ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ, ଅନୁଗୁଳରେ ୧୭ ଜଣ, ବାଲେଶ୍ୱରରେ ୦୬ ଜଣ, ବରଗଡ଼ରେ ୪୮ ଜଣ, ଭଦ୍ରକରେ ୧୦ ଜଣ, ବଲାଙ୍ଗୀରରେ ୧୪ ଜଣ, କଟକରେ ୪୬ ଜଣ, ବୌଦ୍ଧରେ ୨ ଜଣ, ଢେଙ୍କାନାଳରେ ୩ ଜଣ ଓ ଜଗତସିଂହପୁରରେ ୯ ଜଣ ଚିହ୍ନଟ ହୋଇଛନ୍ତି ।ସେହିପରି ଦେବଗଡରେ ଜଣେ, ଗଞ୍ଜାମରେ ୦୯ ଜଣ, ଯାଜପୁରରେ ୧୬ ଜଣ, ଝାରସୁଗୁଡାରେ ୩୧ ଜଣ, କଳାହାଣ୍ଡିରେ ୩୮ ଜଣ, କନ୍ଧମାଳରେ ...

Corona update - ସାରା ଦେଶରେ ଗୋଟିଏ ଦିନରେ ପୁଣି ୯୬ ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ : ୨୪ ଘଂଟାରେ ୪୪୬ ଜଣଙ୍କ ମୃତ୍ୟୁ...

Image
 କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୭ଲକ୍ଷ ୮୮ହଜାର ୨୨୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ତାଲିକାରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି । ସେପଟେ, ରାଜ୍ୟରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ରାଜ୍ୟରେ ୫୮୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୨ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୪, କଲାହାଣ୍ଡିରୁ ୬୪, କଟକରୁ ୩୦, ନୂଆପଡ଼ାରୁ ୨୯,ସମ୍ବଲପୁରରୁ ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ବି ପଢନ୍ତୁ -  Covide 19 update - ସର୍ବକାଳୀନ ରେକର୍ଡ ଭାଙ୍ଗୁଛି କରୋନା ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |   ବର୍ତ୍ତମାନ କୁ ଆପର...

Covide 19 update - ସର୍ବକାଳୀନ ରେକର୍ଡ ଭାଙ୍ଗୁଛି କରୋନା

Image
 କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରଥମଥର ପାଇଁ ଦେଶରେ ଗତ ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୧,୦୩,୫୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୪୭୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ଚିହ୍ନଟ ହୋଇଥିଲେ । ଏହିଦିନ ୯୭,୮୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି କ୍ରମରେ ପାଖା ପାଖି ସାଢେ ୬ ମାସ ପରେ ପୁଣି କରୋନା ଆତଙ୍କ ଭାରତରେ ସବୁ ରେକର୍ଡ ଭାଙ୍ଗିଛି ।   କହିରଖୁ କି, ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୯,୦୬୭ କୁ ବୃଦ୍ଧି ପାଇଛି । ଏହାସହ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୬୫,୧୦୧ ରେ ପହଂଚିଛି । ତାଜା ସୂଚନା ମୁତାବକ ଏବେ ୭,୪୧,୮୩୦ ଜଣ ଚିକିତ୍ସିତ ହେଉଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା କଟକଣା ଲଗାଯାଇ ନଥିବା ବେଳେ କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ମିନି କଣ୍ଟେନମେଣ୍ଟ ଜୋନ ଓ ପାକ୍ଷୀକ ଲକଡାଉନ୍ ଘୋଷଣା କରିଛନ୍ତି । ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଆମେ ଡରିବା ନି...