ବିଶ୍ଵ କର୍କଟ ଦିବସ ଓ ସଚେତନତା

ବର୍ତ୍ତମାନ ବିଶ୍ଵରେ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦୃତ ଗତିରେ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୪ ତାରିଖକୁ ବିଶ୍ଵ କର୍କଟ ଦିବସ ପାଳନ କରିବାକୁ ଆହ୍ଵାନ ଦେଇଛି ଜାତିସଂଘ । ଏହି ଦିବସ ପାଳନ କରାଯିବାର ଉଦ୍ଦେଶ୍ୟ ହେଉଛି, କର୍କଟ ରୋଗ ଓ ଏହା ଦ୍ଵାରା ହେଉଥିବା ମୃତ୍ୟୁହାରକୁ କମ୍ କରିବା।
ଏହି କର୍କଟ ରୋଗ ଉପରେ ଥିବା ଭୁଲ୍ ଧାରଣାକୁ ଦୂର କରିବା ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଏହି କର୍କଟ ରୋଗ ଏକ ଅଭିଶାପ ସଦୃଶ ବିଦ୍ୟମାନ ହୋଇଥିଲା ।

ତେବେ ଏହି କର୍କଟ ରୋଗ ବିଭିନ୍ନ ପ୍ରକାରରେ ବିଭକ୍ତ ହୋଇଛି ଯଥା: -

୧) ମସ୍ତିଷ୍କ ବା ଗଳା କର୍କଟ
୨) ଫୁସ୍ ଫୁସ୍‌ କର୍କଟ
୩) ସ୍ତନ କର୍କଟ
୪) ରକ୍ତ କର୍କଟ
୫) ପେଲଭିସ କର୍କଟ
୬) କୋଲୋନ୍‌ କର୍କଟ

ତେବେ ଏହି କର୍କଟ ରୋଗକୁ ରୋକିବା ପାଇଁ ସଚେତନତା ଓ ଶୀଘ୍ର ଚିହ୍ନଟ ନିହାତି ଆବଶ୍ୟକ। ଏହି ରୋଗ ଅତି ପୁରୁଣା ଏବଂ ଏହା କେଉଁ ଯୁଗ ଯୁଗରୁ ଆଜି ଯାଏଁ ଚାଲି ଆସିଛି । କିନ୍ତୁ ପୁରାତନ କାଳରେ ଜ୍ଞାନ କୌଶଳ ଅଭାବ ଥିବାରୁ ଏହାର ଚିକିତ୍ସା ଏତେ ସମ୍ଭବ ହେଉ ନଥିଲା । ବର୍ତ୍ତମାନ ଗବେଷଣା ବଳରେ ଏହି ରୋଗ ବିଷୟରେ ଅଧିକ କିଛି ଜାଣି ହେଉଛି ଏବଂ ମେଡ଼ିସିନ୍‌ କ୍ଷେତ୍ରରେ ମଧ୍ୟ ଅତୁଳନୀୟ ସଫଳତା ବୈଜ୍ଞାନିକଙ୍କୁ ମିଳି ସାରିଲାଣି । ତେଣୁ ଏବେ ଏହାର ମୁକାବିଲା କରିବାରେ କିଛିଟା ସଫଳତା ମଧ୍ୟ ମିଳୁଛି । ତେଣୁ କେବଳ ଧର୍ଯ୍ୟ ଏବଂ ସଚେତନତାର ଆବଶ୍ୟକତା ରହୁଛି

ତେବେ ଆସନ୍ତୁ ଆଜି ବିଶ୍ଵ କର୍କଟ ଦିବସରେ ଆମେ ସପଥ ନେବା, ଆମ ରାଜ୍ୟ ତଥା ଦେଶରୁ କର୍କଟକୁ ସମ୍ପୂର୍ଣ୍ଣ ଦୂରେଇ ଦେବା ।

ସାଙ୍ଗମାନଙ୍କୁ ନିଶ୍ଚୟ ସେୟାର କରନ୍ତୁ ଏବଂ ଆମ ଫେସବୁକ୍‌ ପେଜ୍‌ କୁ ଲାଇକ୍ କରନ୍ତୁ ।

ଧନ୍ୟବାଦ୍‌

Comments

Popular posts from this blog

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

ଚିରନ୍ତନ ଓ ପବିତ୍ର ବନ୍ଧୁତା

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ହୃଦୟର ମଣିଷଟିଏ

ପୁଣି ବିବାଦରେ ରାମଲାଲ୍ଲାଙ୍କ ମନ୍ଦିର : - ଜମି କିଣାରେ ଦୁର୍ନୀତି ନେଇ ଅଭିଯୋଗ

ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...