ଚାହିଁ ରହିଥିବ ପାକିସ୍ତାନ-ଚୀନ, ଭାରତର ଏହି ମିସାଇଲ ୧୬୦ କିମି ଦୂରରୁ ଶତ୍ରକୁ କରିବ ନିପାତ

ଭାରତ ଚଳିତ ବର୍ଷ ଆକାଶରୁ ଆକାଶରେ ୧୬୦ କିଲୋମିଟର ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିବାକୁ କ୍ଷମତା ରଖୁଥିବା ଏଷ୍ଟ୍ରା ମିସାଇଲର ପରୀକ୍ଷଣ ଆରମ୍ଭ କରିବ। ଏହି ପରୀକ୍ଷଣ ସହିତ ଭାରତ ପାକିସ୍ତାନ ସହ ଚୀନଠୁ ମଧ୍ୟ ଏହି ମାମଲାରେ ଆଗେଇ ଯିବ। ଏଷ୍ଟ୍ରା ମାର୍କ-୨ ମିସାଇଲ ଆକାଶରେ ଦୃଶ୍ୟମାନ ହେଉନଥିଲେ ବି ଶତ୍ରୁର ବିମାନକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହେବ।
ଏଷ୍ଟ୍ରା ମାର୍କ-୨ର ଏହି ରେଞ୍ଜ ଭାରତକୁ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କଠୁ ବହୁତ ଆଗକୁ ନେଇଯିବ। ଆକାଶରେ ଯୁଦ୍ଧ ବେଳେ ଏହି ବିମାନ ଭାରତର ଲଢୁଆ ବିମାନର କ୍ଷମତାକୁ ଆହୁରି ବିକଶିତ ଏବଂ ଘାତକ କରିବ, ଯେମିତି ୨୦୧୯ ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌ର ଗୋଟିଏ ଦିନ ପରେ ହୋଇଥିଲା। ପାକିସ୍ତାନର ଲଢୁଆ ବିମାନ ଭାରତୀୟ ସୈନ୍ୟ ପ୍ରତିଷ୍ଠାନକୁ ନିଶାଣ କରିବାକୁ ଉଦ୍ୟମ କରିଥିଲା। ସରକାରୀ ଅଧିକାରୀ କହିଛନ୍ତି, ଏଷ୍ଟ୍ରା ମାର୍କର ପରୀକ୍ଷଣ ଚଳିତ ବର୍ଷର ମଧ୍ୟ ଆଡକୁ ଆରମ୍ଭ ହୋଇପାରେ। ୨୦୨୨ ସୁଦ୍ଧା ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ବିକଶିତ ହେବାର ଆଶା କରାଯାଉଛି। ଅବସରପ୍ରାପ୍ତ ପୂର୍ବତନ କେନ୍ଦ୍ରୀୟ ଏୟାର କମାଣ୍ଡର ଏୟାର ମାର୍ଶଲ ଏସବିପି ସିହ୍ନା କହିଛନ୍ତି, ଆଗାମୀ ପିଢିର ମିସାଇଲ ସାସନ୍ତାବର୍ଷ ଶେଷ ସୁଦ୍ଧା ସେନାରେ ସାମିଲ ହେବାର ଆଶା କରାଯାଉଛି। ଏଷ୍ଟ୍ରା ଆକାଶରେ ଅଦୃଶ୍ୟ ଥାଇ ବି ଶତ୍ରୁ ପକ୍ଷର ବିମାନକୁ ଠାବ କରି ଲକ୍ଷ୍ୟଭେଦ କରି ପାରୁଥିବା ଏୟାର ଟୁ ଏୟାର ମିସାଇଲ(BVRAAM) ଅଟେ। ଏହା ଶବ୍ଦର ଗତିଠୁ ଚାରି ଗୁଣ ଅଧିକ ବେଗରେ ଉଡାଣ ଭରିଥାଏ। ସମସ୍ତ ପାଣିପାଗରେ ଦିନ ଏବଂ ରାତିରେ ଲକ୍ଷ୍ୟଭେଦ କରିବାକୁ ଏଷ୍ଟ୍ରା ମିସାଲଇ ସକ୍ଷମ। ଏହାର ମାରକ କ୍ଷମତା ବର୍ତ୍ତମାନ ୧୦୦ କିଲୋମିଟର ରହିଛି। ଏହା ବହୁତ ମହଙ୍ଗା ରୁଷ, ଫ୍ରାନ୍ସ ଓ ଇସ୍ରାଏଲର BVRAAMର ସ୍ଥାନ ନେବ। ଏହି ମିସାଇଲକୁ ବର୍ତ୍ତମାନ ଭାରତୀୟ ବାୟୁସେନାର ଲଢୁଆ ବିମାନ ପାଇଁ ଆମଦାନୀ କରାଯାଉଛି।

Comments

Post a Comment

Popular posts from this blog

ହୃଦୟର ମଣିଷଟିଏ

ସମୟର ଚକ୍ରବ୍ୟୁହ

Sanitizer instead of Polio drops

Water level in Rishiganga lake has reduced by half a feet, scientists still refuse any kind of danger

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58