Posts

ଚିରନ୍ତନ ଓ ପବିତ୍ର ବନ୍ଧୁତା

Image
ଭଲ ବନ୍ଧୁଟିଏ ପାଇବା ମୋଟେ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଅନେକ ବନ୍ଧୁ ଆଗେଇ ଆସନ୍ତି । ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର । କିନ୍ତୁ ବର୍ତ୍ତମାନର ସମୟରେ କେବଳ ଆଉ କେବଳ ସ୍ବାର୍ଥ ହିଁ ବାସ୍ତବ ବନ୍ଧୁତାକୁ ଦୂରେଇ ଦେଉଛି ।   ଏବେ କା ସମୟରେ ଅନେକ ପ୍ରକାରର ବନ୍ଧୁ ବା ସାଙ୍ଗ ମିଳିବେ । ଯେମିତି କି,- ରକ୍ତ ସମ୍ପର୍କ ବନ୍ଧୁ । ଯେଉଁମାନେ କି ନିଜର ସମ୍ପର୍କୀୟ ହୋଇଥାଆନ୍ତି । ଦ୍ଵିତୀୟ ସ୍କୁଲ କିମ୍ବା କଲେଜ ର କିଛି ବନ୍ଧୁ । ଯେଉଁମାନେ ସାଧାଣତଃ ପିଲାବେଳ ର ବନ୍ଧୁ ସାଜିଥାଆନ୍ତି । ଏମାନେ କେବଳ ନିର୍ଦ୍ଧିଷ୍ଟ ସମୟ ପାଇଁ ଉଦ୍ଧିଷ୍ଟ ଥାଆନ୍ତି। ଏହା ପରେ ନିଜ ନିଜର ଭବିଷ୍ୟ ଗଠନ ପାଇଁ ପରବର୍ତ୍ତୀ ସମୟରେ ନିଜ ନିଜ ବାଟ ବାଛି ନେଇ ଥାଆନ୍ତି । ଏହା ପରେ ପୁନର୍ବାର ବନ୍ଧୁତା ହୁଏ ନିଜର କର୍ମ କ୍ଷେତ୍ର ରେ ଯେଉଁ ମାନେ କି ନିଜର କର୍ମକ୍ଷେତ୍ର ରେ ବନ୍ଧୁତା ସୃଷ୍ଟି ହୋଇଥାଏ । ଏହି ଭଳି ଜୀବନର ଅନେକ ସମୟରେ ଅନେକ ପ୍ରକାରରେ ବନ୍ଧୁତା ସୃଷ୍ଟି ହୋଇଥାଏ । କିନ୍ତୁ ଏହା ଭିତରୁ ମାତ୍ର ଜଣେ କି ଦୁଇ ଜଣ ନିଜର ଅତି ଘନିଷ୍ଟ ବନ୍ଧୁ ପାଲଟି ପାରନ୍ତି । ନିଜର ଚିନ୍ତାଧାରା, ପ୍ରକୃତି, ବ୍ୟବହାର କୁ ନେଇ ବନ୍ଧୁତା ରେ ଘନିଷ୍ଟତା ଆସିଥାଏ । ଗୋଟେ ସାଧୁର ବନ୍ଧୁ ସାଧୁ, ଗୋଟିଏ ଚୋର ର ବନ୍ଧୁ ଚୋର ହେବାର ନଜି

ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ତା୦୯/୦୬/୨୦୨୪ରିଖ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୪୨ ମୌଜାରେ ଏକ ବଣଭୋଜିର ଆୟଜନ କରାଯାଇଥିଲା । ଆୟୋଜନ ରେ ସମସ୍ତ ସଦସ୍ୟ ମାନେ ଯୋଗ ଦେବା ସହ ପୁରୁଣା ସ୍ମୃତି କୁ ପୁନର୍ବାର ମାନେ ପକାଇବା ସହ ସ୍କୁଲ ସମୟର ସେଇ ସବୁ ଅଭୁଲା ସମୟର ବିଷୟ ଆଲୋଚନାର ପ୍ରସଙ୍ଗ ପାଲଟି ଥିଲା । ଏହି ଅବସରରେ ସମସ୍ତ ସଦସ୍ୟ ତଥା,: ସତ୍ୟବ୍ରତ ପାଣିଗ୍ରାହୀ, ରୋହିତ ଯାଦବ, ମୁକେଶ ଦାସ, ରବିକୃଷ୍ଣ ଦାସ, ମୋନାଲିସା ସ୍ୱାଇଁ, ସନ୍ଧ୍ୟା, ସୌଭାଗିନି, ମହେଶ୍ଵତା, ସାନୁ, ସଞ୍ଜୟ, ଅଭିଜିତ ଦାସ ଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା ।

କଥା କୁହା ଠାକୁର

ମାମା ବୁଟୁକୁ ଆକଟ କରୁନ।ସେ ଥାକ ଗୁଡା ଖେଳେଇ କେମିତି କରୁଛି ? ମୁଁ କଲେଜ ଯିବା ଦିନଠାରୁ ବୁଟୁ ଖୁବ୍ ଦୁଷ୍ଟ ହୋଇ ଗଲାଣି।ଭଲ ଜିନିଷ ରଖିବାକୁ ଜାଗା ନାହିଁ ।ଗଡ୍ ରେଜ ରେ ଦେଖିଲ ଏ ପୁରୁଣା କେଉଁ କାଳର ସାର୍ଟ ପ୍ୟାଣ୍ଟ ଓ ସାଲ୍ ସାଇତି ରଖା ଯାଇଛି ? ପାପା କଣ ଆଗେ ଏମିତି ଢିଲା ପ୍ୟାଣ୍ଟ ହାତ କଟା ସାର୍ଟ ପିନ୍ଧୁଥିଲେ କି ମାମା? ସାଲ୍ ଟି ଦେଖେ ତ ଗୋଟେ ଜାଗାରେ କଣା।ଏମିତି ଜିନିଷ କେହି ସାଇତି ରଖେ କହି ବଂଶୀକା ଘର ଚଟାଣକୁ ଫିଙ୍ଗିଦେଲା ସେ ଗୁଡାକ।  ଦୁଲ୍ ଦାଲ୍ ଶବ୍ଦ ଶୁଣି ମୁଁ ପରୀକ୍ଷା ପାଇଁ ପ୍ରଶ୍ନ ପ୍ରସ୍ତୁତ କରିବା ଛାଡି ଘର ଭିତରକୁ ଦଉଡ଼ି ଗଲି।କଣ ଫିଙ୍ଗା ଫିଙ୍ଗି କରୁଛୁ ବଂଶୀକା ? ପୁରୁଣା ଜିନିଷ ଗୁଡାକ କାଢି ସଫା କରୁଛି।ତୁମେ ତ ଏଣୁ ତେଣୁ ଜିନିଷରେ ଗଡ୍ ରେଜ ଭରିଛ।ବୁଟୁ ଥାକ ଖେଳେଇ ଗୁହାଳ କରିଛି।ସବୁ ସଫା କରି ସାଇଜ କରି ଯିବି।ଆର ଥର ଆସିଲା ବେଳକୁ ଘଣ୍ଟା ଘଣ୍ଟି ହୋଇଥିଲେ ବୁଟୁର ଦିନେକୁ ମୋର ଦିନେ।ସପ୍ତମରେ ପଢିଲାଣି ସଜାଇ ରଖିବା କି ସାଇତି ରଖିବା ଶିଖିଲା ନାହିଁ।ତୁମେ ତାକୁ ବେଶୀ ମୁହଁ ଦେଇଛ ମାମା। ବଂଶୀକା କଣ କଲୁ? ଠାକୁରଙ୍କ ଜିନିଷ ଫିଙ୍ଗିଦେଲୁ? ଠାକୁରଙ୍କ ଜିନିଷ ! କାଇଁ !! ଏଇ ସାର୍ଟ ପ୍ୟାଣ୍ଟ ଓ ସାଲ୍ ପରା। ହସି ହସି ଗଡି ଯାଇ ବଂଶୀକା କହିଲା ଓହୋ ମାମା ଏଇ ଫୁଟା ସାଲ୍ ଓ ପୁରୁଣା କାଳିଆ ସାର୍ଟ ପ୍ୟାଣ୍ଟ ଠାକୁର ପିନ୍ଧନ୍ତି !  ହଁ କଥାକୁହା ଠାକୁର ପିନ୍ଧନ୍ତି। ବିସ୍ମିତ ହୋଇ ବଂଶୀକା

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Image
 ନକାରାତ୍ମକ ଚିନ୍ତା ଧାରା ସବୁ ବେଳେ ମନୁଷ୍ୟକୁ ନକରାତ୍ମକ ବ୍ୟକ୍ତିତ୍ଵ ରେ ପରିଣତ କରିଦେଇଥାଏ । କଥାରେ ଅଛି, "ଦେଉଳ ତୋଳିଲେ ନାଁ, ରାସ୍ତା କଡ଼ରେ ବିଷ୍ଟା କଲେ ମଧ୍ୟ ନାଁ" ! ଯାହାର ଚିନ୍ତା ଧାରା ଯେପରି ସେ କାର୍ଯ ମଧ୍ୟ ସେପରି କରିଥାନ୍ତି  ଏବଂ ସେ ଅନ୍ୟ ମାନଙ୍କ ପାଇଁ ଭାବନା ମଧ୍ଯ ସେହି ପରି ରଖିଥାନ୍ତି । ଆଜିର ସମାଜରେ ସବୁ ପ୍ରକାର ବିଶୃଙ୍ଖଳାର ହେବାର ମୂଳ କାରଣ ମଧ୍ୟ ଏହି । ସାମାଜିକ କଳହ ଠାରୁ ଆରମ୍ଭ କରି ପାରିବାରିକ କଳହ ଯାଏଁ ସବୁର ମୂଳରେ କେଉଁଠି ନା କଉଁଠି ଲୁଚି ରହିଥାଏ ଏହି ନକରାତ୍ମକ ଚିନ୍ତା ଧାରା । ଜମି ବାଡ଼ି ବିବାଦରୁ ଆରମ୍ଭ କରି ଘରବାଡ଼ି ବିବାଦ ଯାଏଁ ସବୁଠି ଏହାର ଅବଦାନ ରହିଥାଏ । ଯଦି ଆପଣ ଜଣଙ୍କୁ ଭଲ ପାଉଥିବେ ତେବେ ତାହାର ପ୍ରତ୍ୟେକଟି କଥା ଯାହା ଯେତେ ଖରାପ ହେଲେ ବି ଆପଣଙ୍କୁ କଉଠି ନା  କଉଠି ତାହା ଠିକ୍ ଲାଗିବ । କିନ୍ତୁ ଯଦି ତୁମ ମନରେ ତାହା ପ୍ରତି ଖରାପ ଚିନ୍ତା ଧାରା ଥିବ ତେବେ ସେ ଯେତେ ଭଲ କଥା କହିଲେ ମଧ୍ୟ ତାହା ତୁମକୁ ଖରାପ ଲାଗିବ । ଏ ସବୁ ଭାବନାର ମୂଳରେ ରହିଛି ନିଜର ଭାବନା। ଯଦି ନିଜ ଭାବନାକୁ ପରିବର୍ତ୍ତନ କରି ଭଲ ଭାବନା ଜାଗ୍ରତ କରିବା ଦେଖି ପାରିବ କି ସର ଜଗତ ଆମ ପାଖରେ ସୁନା ପାଲଟି ଯାଇଛି । ଆଜିର ଚିନ୍ତାଧାରା ଏତେ କଳୁଷିତ ହୋଇଯାଇଛି କି, ଯଦି ଗୋଟେ ଅନୁଷ୍ଠାନରେ ଗୋଟିଏ ଜାଗାରେ କାର୍ଯ୍ୟରତ ଜଣେ ପୁରୁଷ ଆଉ ଜଣେ ଅନୁଷ୍ଠାନର କାର୍

ଆଇନ୍ କୁ ଆଖିଠାର

ଏହି ଦୁନିଆ ବଡ ବିଚିତ୍ର ! କାହାର ମନ ଭିତରେ କଣ ଅଛି ତାହା କେବଳ ଦୁଇ ଜଣକୁ ହିଁ ଜଣା । ଜଣେ ସେହି ବ୍ୟକ୍ତି ଏବଂ ଆଉ ଜଣେ ହେଉଛନ୍ତି ସ୍ଵୟଂ ବିଧାତା । ଏଠି କେହି କାହାର ନୁହେଁ । ସମସ୍ତେ ନିଜ ସ୍ବାର୍ଥ ସମ୍ବରଣ ନିମନ୍ତେ ଆଗଭର । ସ୍ବାର୍ଥର ହାନି ଘଟିଲେ ହୋଇ ଯାଏ ଏଠି  ମହାଭାରତ । କିଏ ଏଠି କେବଳ ନିଜ ସ୍ବାର୍ଥ ହାସଲ ଏବଂ ଅନ୍ୟକୁ ଠକିବା ପାଇଁ ନିଜର ବୁଦ୍ଧି ବା ଜ୍ଞାନର ପ୍ରୟୋଗ କରୁଛି ତ ଆଉକିଏ ବଳର । ସେଇପରି କିଛି ଲୋକ ଟିକେ ସୁଯୋଗ ଦେଖିଲେ ଯେପରି ଚିଲ, ଶାଗୁଣା ଆସି ମାଡ଼ି ଆସନ୍ତି ନିଜର ଶିକାର ପାଖକୁ ଠିକ୍ ସେପରି କିଛି ବ୍ୟକ୍ତି ସମୟର ଚକ୍ରବ୍ୟୁହ ରେ ଫଶି ଯାଇଥିବା ହତାଦର ମାନିଷ କୁ କରନ୍ତି ସେ ତାଙ୍କର ଶିକାର । ଶିକାର କରିବା ପାଇଁ ତାଙ୍କର କୌଣସି ପ୍ରକାରର ପଞ୍ଝା ନଥାଏ କିନ୍ତୁ କାଫି ହୋଇଥାଏ ତାଙ୍କର ସେହି ଜ୍ଞାନର ଷଡଯନ୍ତ୍ର ର ଜାଲ। ଏଠାରୁ ବାହାରିବା ହୋଇଯାଏ ବହୁତ କଷ୍ଟ । ଏମାନଙ୍କ ଠାରୁ ମୁକୁଳିବା ହୁଏନି ସେତିକି ସହଜ । କାରଣ ଏହା ବୁଢିଆଣୀ ଜାଲ ପରି ଥାଏ ଶିକାରକୁ ଜାବୁଡ଼ି ଧରି ରଖିଥିବାର ଶକ୍ତି। ବାସ୍ ଯିଏ ସେଥିରେ ଥରେ ପଡ଼ି ଯାଏ ହୋଇଯାଏ ଶିକାର । ଏବଂ ଯେ ସେଠୁ ବାହାରି ପଡ଼େ ରହିଯାଏ ତାର ଅମୂଲ୍ୟ ଜୀବନ । ଆଜିର ଦିନରେ ପ୍ରତ୍ୟେକ ଦିନ ସକାଳୁ ଉଠି ଖବର କାଗଜର ପୃଷ୍ଠା ଓଲ୍ଟାଇଲା ବେଳକୁ ଦେଖିବେ କେବଳ ଏହି ମାନଙ୍କ ଖବର ଅଧିକାଂଶ ଶିରୋନାମା ଲିପିବଦ୍ଧ ହୋଇଥିବ । ଆଜିର ଆଇନ କୁ କିଛି ଏହିଭଳ

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

Image
ମା ଏବଂ ମାତୃତ୍ୱର ସନ୍ତାନ ସହିତ ଥିବା ଏକ ଅଦୃଶ୍ୟ ବନ୍ଧନକୁ ଦୁନିଆ ସାମ୍ନାରେ ସ୍ମରଣ କରାଇବା ନିମନ୍ତେ ମେ ମାସର ଦ୍ୱିତୀୟ ରବିବାର କୁ ଆନ୍ତର୍ଜାତୀୟ ମାତୃଦିବସ ଭାବରେ ସାରା ବିଶ୍ଵ ପାଳନ କରିଥାଏ । ଏହା ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି ମାତୃ ଶକ୍ତିର ଆବଶ୍ୟକତା କୁ ସାରା ବିଶ୍ଵକୁ ଜଣାଇଦେବା । ପୁତ୍ର ଯେତେ ଭୁଲ୍ କରୁ ଯେତେ କଷ୍ଟ ଦେଉ ପଛେ ମା ସାମ୍ନା ରେ ପୁତ୍ର ପ୍ରତି ସ୍ନେହ, ଆଦର, ମମତା କେବେବି କମି ନ ଥାଏ । ସେଥି ପାଇଁ ତ ମା କୁ ମମତାମୟୀ ର ଆଖ୍ୟା ଦିଆ ଯାଏ । କିନ୍ତୁ ବେଳେ ବେଳେ ସନ୍ତାନ ଏହାକୁ ଠିକ୍ ଭାବରେ ବୁଝିପାରେ ନାହିଁ । ଏବଂ ମାକୁ ଆଦର କରେ ନାହିଁ। ଫଳ ସ୍ଵରୂପ ମମତାମୟୀ ମା ହୋଇଯାଏ ନିରାଶ । କିନ୍ତୁ ତଥାପି ତାର ମନରେ ନ ଥାଏ ସନ୍ତାନ ପ୍ରତି କିଛି ଦୁର୍ଭାବନା । ସେ ତଥାପି ନିଜ ସନ୍ତାନ ପାଇଁ ନିଜର ସର୍ବସ୍ଵ ତ୍ୟାଗ କରିଦେଇଥାଏ । ସେଥି ପାଇଁ ତ ମା ମହାନ ହୋଇଥାଏ।     ଯେତେବେଳେ ସନ୍ତାନ କୌଣସି ବିପଦରେ ଫସି ଯାଏ, ସେତେବେଳେ ସମସ୍ତେ କେବଳ ପରିହାସ କରିବା ସହ ବିଭିନ୍ନ ପ୍ରକାରର କଥା କହିଥାଆନ୍ତି କିନ୍ତୁ ଗୋଟିଏ ମା ଏହାକୁ ଠିକ୍ ବୁଝିପାରେ ଏବଂ ସନ୍ତାନର କଷ୍ଟକୁ ନିଜ କଷ୍ଟ ମନେ କରିଥାଏ । ସେଥି ପାଇଁ ତ ମା ହେଉଛି ମହାନ୍ । ଏବଂ ଏହି ମା ର ଯତ୍ନ ନେବା ଆମର କର୍ତ୍ତବ୍ୟ ।    ଏ ସବୁ କଥା ଆଲୋଚନା କଲା ବେଳେ ମନେ ପଡିଯାଏ ତ୍ରେତୟା ଯୁଗର ଶ୍ରୀରାମଚନ୍ଦ୍ରଙ୍କ କଥା । ତା

ସମୟର ଚକ୍ରବ୍ୟୁହ

Image
କଥାରେ ଅଛି ସମୟ ବଡ଼ ବଳବାନ । କିଏ ଏହାକୁ ମାନୁ କି ନ ମାନୁ ଏହା ହେଉଛି ବାସ୍ତବତା । ସମୟ ହାତରେ ଏମିତି ଏକ ଡୋରି ରହିଛି ଯାହାକି ସେ ଭଗବାନ ଶ୍ରୀ ରାମ ଚନ୍ଦ୍ର ଙ୍କୁ ମଧ୍ୟ ୧୪ ବର୍ଷ ବାନବାସ କରାଇ ଦେଇଥିଲା । ଇତିହସ ସାକ୍ଷୀ ସମୟ କେତେ ବଡ଼ ବଡ଼ ରାଜା ମହାରାଜା ମାନଙ୍କୁ ପରାସ୍ତ କରି ଭିକାରି ବନାଇ ଦେଇଛି ଏବଂ ଭିକାରି ରୁ ରାଜା ଅବା ମହାରାଜା । ସେ ଯାହାବି ହେଉ ନା କାହିଁକି ଯଦି ଖରାପ ସମୟ ଆସେ ତେବେ ସ୍ଵୟଂ ର ସତ ପ୍ରଚେଷ୍ଟା ମଧ୍ୟ ହାର୍ ମାନି ଯାଏ ।      ସେଥି ପାଇଁ ତ କିଏ ଏହାକୁ ଭାଗ୍ୟ କହି ତ କିଏ କର୍ମ ଫଳ ମନେ କରି କେବଳ ନିଜକୁ ଆଶ୍ଵାସନା ଦେଇଥାଏ । ଆଶା ଥାଏ ସମୟ ବଦଳିବ ପୁଣି ଆସିବ ଭଲ ସମୟ । ଭାଗ୍ୟ ବଦଳି ଯିବ ! କିନ୍ତୁ ତାହା ହୋଇନଥାଏ ।ସମୟ ତାହାର ଚକ୍ରବ୍ୟୁହ ରଚନା କରୁଥାଏ ।ନିଜ ଜାଲରେ ଫସାଇବା ପାଇଁ। ତେବେ ମନରେ ପ୍ରଶ୍ନ ଉଠେ ଏହାକୁ ତିଆରି କରେ କିଏ ? ସମୟ କୁ କଣ ବଦଳା ଯାଇ ପାରିବନି କି ? ସମୟକୁ କଣ ନିଜ ହାତରେ ପରିବର୍ତ୍ତନ କରାଯାଇ ପାରିବ ? ଏଭଳି ଏନେକ୍ ପ୍ରଶ୍ନ... ତେବେ ଯେତେ ବେଳେ ଆମେ ଏ ସବୁର ଉତ୍ତର ଖୋଜିବା ତେବେ ପାଇବା କି, ସମୟ କୁ ଆମେ ସ୍ଵୟଂ ହିଁ କିଛିକାଂଶରେ ହିଁ ତିଆରି କରୁଛୁ । ଅର୍ଥାତ୍ ଭଲ ଅବା ଖରାପ ସମୟ ହେବାର ଆମେ ହିଁ ପରୋକ୍ଷରେ ହଉ ଅବା ପ୍ରତ୍ୟକ୍ଷ ରେ ଦାୟୀ ରହିଥାଉ। କିନ୍ତୁ ଏହା ସବୁ ସମୟରେ ଠିକ୍ ହୋଇ ନଥାଏ । ବେଳେ ବେଳେ ଆମର ଭାଗ୍ୟ ଆମର ପରିସ୍ଥ