ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

 ନକାରାତ୍ମକ ଚିନ୍ତା ଧାରା ସବୁ ବେଳେ ମନୁଷ୍ୟକୁ ନକରାତ୍ମକ ବ୍ୟକ୍ତିତ୍ଵ ରେ ପରିଣତ କରିଦେଇଥାଏ । କଥାରେ ଅଛି, "ଦେଉଳ ତୋଳିଲେ ନାଁ, ରାସ୍ତା କଡ଼ରେ ବିଷ୍ଟା କଲେ ମଧ୍ୟ ନାଁ" ! ଯାହାର ଚିନ୍ତା ଧାରା ଯେପରି ସେ କାର୍ଯ ମଧ୍ୟ ସେପରି କରିଥାନ୍ତି  ଏବଂ ସେ ଅନ୍ୟ ମାନଙ୍କ ପାଇଁ ଭାବନା ମଧ୍ଯ ସେହି ପରି ରଖିଥାନ୍ତି । ଆଜିର ସମାଜରେ ସବୁ ପ୍ରକାର ବିଶୃଙ୍ଖଳାର ହେବାର ମୂଳ କାରଣ ମଧ୍ୟ ଏହି । ସାମାଜିକ କଳହ ଠାରୁ ଆରମ୍ଭ କରି ପାରିବାରିକ କଳହ ଯାଏଁ ସବୁର ମୂଳରେ କେଉଁଠି ନା କଉଁଠି ଲୁଚି ରହିଥାଏ ଏହି ନକରାତ୍ମକ ଚିନ୍ତା ଧାରା । ଜମି ବାଡ଼ି ବିବାଦରୁ ଆରମ୍ଭ କରି ଘରବାଡ଼ି ବିବାଦ ଯାଏଁ ସବୁଠି ଏହାର ଅବଦାନ ରହିଥାଏ ।
ଯଦି ଆପଣ ଜଣଙ୍କୁ ଭଲ ପାଉଥିବେ ତେବେ ତାହାର ପ୍ରତ୍ୟେକଟି କଥା ଯାହା ଯେତେ ଖରାପ ହେଲେ ବି ଆପଣଙ୍କୁ କଉଠି ନା କଉଠି ତାହା ଠିକ୍ ଲାଗିବ । କିନ୍ତୁ ଯଦି ତୁମ ମନରେ ତାହା ପ୍ରତି ଖରାପ ଚିନ୍ତା ଧାରା ଥିବ ତେବେ ସେ ଯେତେ ଭଲ କଥା କହିଲେ ମଧ୍ୟ ତାହା ତୁମକୁ ଖରାପ ଲାଗିବ । ଏ ସବୁ ଭାବନାର ମୂଳରେ ରହିଛି ନିଜର ଭାବନା। ଯଦି ନିଜ ଭାବନାକୁ ପରିବର୍ତ୍ତନ କରି ଭଲ ଭାବନା ଜାଗ୍ରତ କରିବା ଦେଖି ପାରିବ କି ସର ଜଗତ ଆମ ପାଖରେ ସୁନା ପାଲଟି ଯାଇଛି ।

ଆଜିର ଚିନ୍ତାଧାରା ଏତେ କଳୁଷିତ ହୋଇଯାଇଛି କି, ଯଦି ଗୋଟେ ଅନୁଷ୍ଠାନରେ ଗୋଟିଏ ଜାଗାରେ କାର୍ଯ୍ୟରତ ଜଣେ ପୁରୁଷ ଆଉ ଜଣେ ଅନୁଷ୍ଠାନର କାର୍ଯ୍ୟରତ ମହିଳା ସହିତ କଥା ହେଲେ କିଛି ବ୍ୟକ୍ତିବିଶେଷ ଙ୍କ ମନରେ କଣ କଣ ଭାବନା ଆସିଯିବ ତାହାର କିଛି ଆକଳନ ନାହିଁ ।ଆରେ ଅନୁଷ୍ଠାନ କୁ ନିଜ ପରିବାର ଭାବି କାର୍ଯ୍ୟ କର ସବୁ କାମ ଠିକ୍ ଠାକ୍ କାର୍ଯ୍ୟ ହେବ ।ତୁମ ପରିବାରରେ କଣ କେହି ମହିଳା ବ୍ୟକ୍ତି ନାହାନ୍ତି । ନିଜ ପରିବାର ସଦସ୍ୟଙ୍କ ମନରେ କଣ ଏହିଭଳି ଚିନ୍ତା ଧାରା ଆପଣ ରଖୁଛନ୍ତି । ଥରେ କଥାଟା ସକାରାତ୍ମକ ଭାବେ ଚିନ୍ତା କରନ୍ତୁ ତେବେ ସବୁ ନକରାତ୍ମକ ଚିନ୍ତା ଧାରା ନିଶ୍ଚୟ ଦୁରେଇଯିବ।

ଖା, ଗିଳି, ଭୁଞ୍ଜ୍ ର ଅର୍ଥ ଏକା କିନ୍ତୁ ସ୍ଥାନ କାଳ ପତ୍ର ରେ ଏହାର ଭାବନା ଓ ଅର୍ଥ ଦୁଇଟି ଯାକର ପରିବର୍ତ୍ତନ ହୋଇଯାଇଥାଏ । ତେଣୁ ଠିକ୍ ସମୟରେ ଠିକ୍ ଶବ୍ଦର ପ୍ରୟୋଗ ନିତ୍ୟାନ୍ତ ଆବଶ୍ୟକ ।
ସମାଜ ରେ ଆଜି ଯାହାବି କିଛି ବିଶୃଙ୍ଖଳା ସୃଷ୍ଟି ହେଉଛି ସବୁ ଏହି ଚିନ୍ତା ଧାରା ପାଇଁ ।ଠିକ୍ ସମୟରେ ଏହାର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।



ସତ୍ୟବ୍ରତ ପାଣିଗ୍ରାହୀ 

Comments

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58

ଆସିଲା ନୂଆ କୋଭିଡ ଗାଇଡଲାଇନ