ଓଡ଼ିଆ ଗୀତ - ଥୁଣ୍ଟା ବରଗଛ
•	 ଥୁଣ୍ଟା ବରଗଛ ଛାଇରେ                       ଶ୍ରୀ ଗୌତମ ଚନ୍ଦ୍ର ପାଣିଗ୍ରାହୀ                                    ବିଶିନଗର, କଟକ                                    ଫୋନ ନଂ:୮୦୧୮୧୨୮୭୧୫ ଥୁଣ୍ଟା ବରଗଛ ଛାଇରେ ପକ୍ଷୀଟିଏ ବସି ଭାବେ ଦିନରାତି ନିଜ ଅତୀତକୁ ଚାହିଁରେ ॥O॥ ଦିନ ଥିଲା ତାର ନବ ପଲ୍ଲବରେ ହୋଇଥିଲା ଦେହ ଛାଇରେ । ନିଦାଘ ସମୟେ କେତେଯେ ପଥିକ ବସୁଥିଲେ ତାର ଛାଇରେ ॥୧॥ ଶ୍ୟାମଳ ସୁଷମା ଫୁଟି ଉଠୁଥିଲା ଶରତର ଆଗମନୀରେ ବିହଙ୍ଗମ ସ୍ଵରେ  ଫାଟି ପଡୁଥିଲା ଚତୁର୍ଦିଗ ଧରା ଭୂଇଁରେ ॥୨॥ କାକ ଯେ କୋକିଳ, ବକ କୁମ୍ଭାଟୁଆ କେତେ ଥିଲେ ବସା ବାନ୍ଧିରେ, ଛେଳି ମେଣ୍ଡା ପୁଣି କେତେ ଗୋରୁଗାଈ ଚରୁଥିଲେ ମେଳି ବାନ୍ଧିରେ  ॥୩॥ କାହିଁ କେତେ ଦୁରୁ ଉଡିଉଡି ଆସି ବସାବାନ୍ଧିଲି ତା ଡାଳରେ ମନ୍ଦ ସମୀରେ କେତେ ଛଟକରେ ଦୋଳି ଖେଳେ ନୀଡ଼େ ରହିରେ ॥୪॥ ନାଲି ନାଲି ତାର କେତେ ମିଠା ଫଳ ଆନନ୍ଦରେ ଥିଲି ଖାଇରେ ପରିବାର ସାଥେ ହସି ଖେଳୁଥିଲି ଜୀବନ ଗୀତିକା ଗାଇରେ ॥୫॥ ଗଲାଣି ସେକାଳ ଆଜି ନାହିଁ ତାର ସବୁଜିମା ଭରା ଛଇ...