ଆଜି କେନ୍ଦ୍ର ସାଧାରଣ ବଜେଟ୍

କରୋନା ପରବର୍ତ୍ତୀ ସମୟର ସାଧାରଣ କେନ୍ଦ୍ର ବଜେଟ ଆଜି ଆଗତ କରାଯିବ । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଏହି ବଜେଟକୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ । ଗତ ଶୁକ୍ରବାରଠାରୁ ଏହି ବଜେଟ୍ ଆଧିବେଶନ ଆରମ୍ଭ ହୋଇଥିବା ବେଳେ ଅର୍ଥନୈତିକ ସର୍ଭେ ମଧ୍ୟ ପ୍ରକାଶ ପାଇଥିଲା । ଚଳିତବର୍ଷ ପାଖାପାଖି ୭ଲକ୍ଷ କୋଟି ଟଙ୍କାର ରାଜସ୍ଵ ନିଅଣ୍ଟ ବଜେଟ୍ ରହିଥିବାର ଅନୁମାନ କରାଯାଇଛି। ଯାହାକି କେନ୍ଦ୍ର ସରକାର ପାଇଁ ଏକ ବଡ଼ ଆହ୍ଵାନର ବିଷୟ ।
ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ଏବଂ ପ୍ରତିରକ୍ଷା ବ୍ୟୟବରାଦ ବଢାଇ ଅର୍ଥନୀତିକୁ ଗତିଶୀଳ କରାଇବା ଆବଶ୍ୟକ । କୋଭିଡ଼-୧୯ ପାଇଁ ନଷ୍ଟ ହୋଇଯାଇଥିବା ଅର୍ଥନୀତିକୁ ପୁଣି ଗତିଶୀଳ କରାଇବାର ଆଶା ଓ ବିଶ୍ଵାସ ସାଧାରଣ ଜନତାଙ୍କ ମନରେ ଉଠିଛି । ତେବେ କିଭଳି ଓ କାହାପାଇଁ କେତେ ବ୍ୟୟ ବରାଦ ହେଉଛି ତାହା ଦେଖବାର ବିଷୟ ଅଟେ । ଏବଂ ଓଡ଼ିଶାର ଆଶା ଥିବା ୭୫ ହଜାର କୋଟିରୁ କେତେ ମିଳୁଛି ତାହା ମଧ୍ୟ ଆଗକୁ ଜଣାପଡିବ ।
ଅଧିକ ବିବରଣୀ ପାଇଁ ଆମ ଫେସବୁକ୍ ପେଜ୍‌ (ପ୍ରଣାମ ନ୍ୟୁଜ, Pranam News) କୁ ଲାଇକ୍ କରନ୍ତୁ ଏବଂ ସବୁ ଖବରର ଅଫଡେଟ୍ ତୁରନ୍ତ ପାଆନ୍ତୁ ।
ଅନ୍ୟବାଦ

Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

ଅଂଶୁଘାତ ଏବଂ ତାହାର ପ୍ରତିକାର

Water level in Rishiganga lake has reduced by half a feet, scientists still refuse any kind of danger

Global warming - The rising temperature of the earth will cause problems like living and food crisis.

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ