ସମାଜର ହୀତେଶ୍ରୀ ସମାଜସେବୀ - ଏକ ଛୋଟ ଉକ୍ତି

ସମାଜ ଉପରେ ଯେତେବେଳେ ସଙ୍କଟ ଆସିଥାଏ ସେତେବେଳେ ଆଗକୁ ଆସିଥାନ୍ତି କିଛି ସମାଜସେବୀ ବା ସ୍ୱଚ୍ଛାସେବୀ । ବନ୍ୟା ହେଉ କି ବାତ୍ୟା, ମରୁଡି ହେଉ କି ଅନ୍ୟ ଯେକୌଣସି ପ୍ରାକୃତିକ ବିପର୍ଯୟ ସାମସ୍ତଙ୍କର ସାଥିରେ ଥାଆନ୍ତି ଏହି ସ୍ଵେଚ୍ଛାସେବୀ । ଯେତେବେଳେ ସମାଜରେ କୁସଂସ୍କାର, ଅନ୍ଧବିଶ୍ଵାସ ଆଦି ଅତିମାତ୍ରାରେ ବଢିବାରେ ଲାଗେ ସେତେବେଳେ ଏହାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତି ଏହିମାନେ । ଯାହାଦ୍ଵାରା କି ସମାଜ ଏକ ସୁସଂଗଠିତ ହୋଇପାରେ । ଏଥିରେ ସେମାନଙ୍କର କିଛି ସ୍ଵାର୍ଥ ନଥାଏ। କେବଳ ଥାଏ ଆତ୍ମସନ୍ତୋଷ । 

କିନ୍ତୁ ବର୍ତ୍ତମାନ ଦେଖାଯାଉଛି କିଛି ସ୍ଥାନରେ ସ୍ଵେଚ୍ଛାସେବୀମାନେ କେବଳ ନିଜର ସ୍ଵାର୍ଥ ହାସଲ ପାଇଁ ହିଁ ଏ ସବୁ କାର୍ଯ୍ୟ କରୁଛନ୍ତି । ଏମାନଙ୍କୁ ଆମେ କଣ ସମାଜସେବୀ ବୋଲି କହି ପାରିବା ? ଏତଦ୍‌ ବ୍ୟତୀତ କିଛି ସ୍ଵେଚ୍ଛାସେବୀ ସ୍ଵେଚ୍ଛାଚାରୀ ହେଇଯାଉଥିବା ଲକ୍ଷ କରାଯାଉଛି, ଯାହା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ । ସମାଜସେବୀ ନାମରେ ଆଇନ୍‌ର ଅବମାନନା କରିବା, ଏବଂ ଅନ୍ୟକୁ ଦେଖାଇ ହେବା ବର୍ତ୍ତମାନ ଏକ ଫ୍ୟାସନ ହୋଇଯାଉଛି  ।
କିନ୍ତୁ ବାସ୍ତବରେ ସ୍ୱେଛାସେବୀ ବା ସମାଜସେବୀ ନିଜ ସମାଜ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଦେବା ଉଚିତ୍‌। ସମାଜର କଷ୍ଟ ନିଜର କଷ୍ଟ, ସମାଜର ଦୁଃଖ ନିଜର ଦୁଃଖ ବୋଲି ମନେ କରିବା ଉଚିତ୍।
ଯେ ସମାଜର ସେବା କରେ ସେ ହିଁ ସମାଜସେବୀ ହୋଇପାରେ । ସେଥିପାଇଁ ତ ସମାଜର ହୀତକାରୀ ସମାଜ ସେବୀ ।

ଆମେ ତ ନିଜ ପାଇଁ ସବୁବେଳେ ସବୁକିଛି କରୁଛେ, ଆସନ୍ତୁ ସମାଜ ପାଇଁ ଆଜି କିଛି କରି ଦେଖାଇବା 🙏

ସତ୍ୟବ୍ରତ ପାଣିଗ୍ରାହୀ

Comments

Post a Comment

Popular posts from this blog

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନିର୍ବାଚନ କମିଶନର - ଦାୟୀତ୍ଵ ପ୍ରଦାନ କଲେ 'ମହାମହିମ ରାଷ୍ଟ୍ରପତି'

ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ