ସମାଜର ହୀତେଶ୍ରୀ ସମାଜସେବୀ - ଏକ ଛୋଟ ଉକ୍ତି

ସମାଜ ଉପରେ ଯେତେବେଳେ ସଙ୍କଟ ଆସିଥାଏ ସେତେବେଳେ ଆଗକୁ ଆସିଥାନ୍ତି କିଛି ସମାଜସେବୀ ବା ସ୍ୱଚ୍ଛାସେବୀ । ବନ୍ୟା ହେଉ କି ବାତ୍ୟା, ମରୁଡି ହେଉ କି ଅନ୍ୟ ଯେକୌଣସି ପ୍ରାକୃତିକ ବିପର୍ଯୟ ସାମସ୍ତଙ୍କର ସାଥିରେ ଥାଆନ୍ତି ଏହି ସ୍ଵେଚ୍ଛାସେବୀ । ଯେତେବେଳେ ସମାଜରେ କୁସଂସ୍କାର, ଅନ୍ଧବିଶ୍ଵାସ ଆଦି ଅତିମାତ୍ରାରେ ବଢିବାରେ ଲାଗେ ସେତେବେଳେ ଏହାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତି ଏହିମାନେ । ଯାହାଦ୍ଵାରା କି ସମାଜ ଏକ ସୁସଂଗଠିତ ହୋଇପାରେ । ଏଥିରେ ସେମାନଙ୍କର କିଛି ସ୍ଵାର୍ଥ ନଥାଏ। କେବଳ ଥାଏ ଆତ୍ମସନ୍ତୋଷ । 

କିନ୍ତୁ ବର୍ତ୍ତମାନ ଦେଖାଯାଉଛି କିଛି ସ୍ଥାନରେ ସ୍ଵେଚ୍ଛାସେବୀମାନେ କେବଳ ନିଜର ସ୍ଵାର୍ଥ ହାସଲ ପାଇଁ ହିଁ ଏ ସବୁ କାର୍ଯ୍ୟ କରୁଛନ୍ତି । ଏମାନଙ୍କୁ ଆମେ କଣ ସମାଜସେବୀ ବୋଲି କହି ପାରିବା ? ଏତଦ୍‌ ବ୍ୟତୀତ କିଛି ସ୍ଵେଚ୍ଛାସେବୀ ସ୍ଵେଚ୍ଛାଚାରୀ ହେଇଯାଉଥିବା ଲକ୍ଷ କରାଯାଉଛି, ଯାହା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ । ସମାଜସେବୀ ନାମରେ ଆଇନ୍‌ର ଅବମାନନା କରିବା, ଏବଂ ଅନ୍ୟକୁ ଦେଖାଇ ହେବା ବର୍ତ୍ତମାନ ଏକ ଫ୍ୟାସନ ହୋଇଯାଉଛି  ।
କିନ୍ତୁ ବାସ୍ତବରେ ସ୍ୱେଛାସେବୀ ବା ସମାଜସେବୀ ନିଜ ସମାଜ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଦେବା ଉଚିତ୍‌। ସମାଜର କଷ୍ଟ ନିଜର କଷ୍ଟ, ସମାଜର ଦୁଃଖ ନିଜର ଦୁଃଖ ବୋଲି ମନେ କରିବା ଉଚିତ୍।
ଯେ ସମାଜର ସେବା କରେ ସେ ହିଁ ସମାଜସେବୀ ହୋଇପାରେ । ସେଥିପାଇଁ ତ ସମାଜର ହୀତକାରୀ ସମାଜ ସେବୀ ।

ଆମେ ତ ନିଜ ପାଇଁ ସବୁବେଳେ ସବୁକିଛି କରୁଛେ, ଆସନ୍ତୁ ସମାଜ ପାଇଁ ଆଜି କିଛି କରି ଦେଖାଇବା 🙏

ସତ୍ୟବ୍ରତ ପାଣିଗ୍ରାହୀ

Comments

Post a Comment

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ