Posts

Showing posts from January, 2025

ହୃଦୟର ମଣିଷଟିଏ

Image
ଥରେ ଚିନ୍ତା କରି ଦେଖନ୍ତୁ, ଆମେ ସବୁବେଳେ ଖୋଜିଥାଉ ଜଣେ ଏଭଳି ଏକ ମଣିଷ ଟେ ଯିଏ କି ସଭିଙ୍କ ଠୁ ହୋଇଥିବ କିଛି ନିଆରା, ଏମିତି ଜଣେ ବ୍ୟକ୍ତି ବିଶେଷ ଯେ ଲାଗୁଥିବ ନିଜ ଆତ୍ମୀୟ ଭଳି, ଯେ କି ସବୁ ସମୟରେ ଭଲ ମନ୍ଦ ବୁଝିପାରୁଥିବ, ଯାହାର ସ୍ପର୍ଶ ମାତ୍ରକେ ସବୁ କିଛି ଭୁଲି ଯିବାକୁ ହୃଦୟ କହୁଥିବ, ଏଭଳି ଜଣେ ଭଲ ଲାଗୁଥିବା ମଣିଷ ଟିଏ ! ଏଭଳି ଜଣେ ମଣିଷଟିଏ ଖୋଜି ବୁଲୁ ବୁଲୁ ଲାଗିଯାଏ ଜଣଙ୍କ ପ୍ରତି ଏ ନିଷ୍ଠୁର ମନ ଟେ । ଏବଂ ପ୍ରସ୍ପୁଟିତ ହୁଏ ଅଜସ୍ର ଭଲ ପାଇବା । କିନ୍ତୁ ଆଜିର ଏହି ସ୍ବାର୍ଥ ପର ଦୁନିଆ ରେ ସ୍ବାର୍ଥ ସ୍ୱରୂପ ବିରାଟ ବିରାଟ ଅଳିଆ ଗଦା ର ପାହାଡ଼ ଭିତରୁ ଜଣେ ଏମିତି କା ମୋତି କୁ ଖୋଜିବା ସହଜ ନ ଥାଏ । ଏହି ସ୍ୱାର୍ଥର ପାହାଡ଼ ଭିତ ରେ ଭଲ ର ମୁଖା ପିନ୍ଧା ସୈତାନ୍ ଙ୍କ ଭିତରୁ ଏମିତି ଏକ ମଣିଷ ଟିକୁ ଖୋଜିବା ହୋଇଥାଏ ଅନେକ ଦିନ ଆଉ ଅନେକ ସମୟ । ଆଉ ହଠାତ୍ ଦିନେ ମିଳି ଯାଏ ଏମିତି ଏକ ଭଲ ଲାଗୁଥିବା ମଣିଷ । କିନ୍ତୁ ସ୍ବପ୍ନ ରେ ହିଁ ରହିଯାଏ ସେଇ ମଣିଷ ଟିଏ। କିଛି କହିବାକୁ ଲାଗୁଥାଏ ଦର। କାଳେ କିଛି କହିଲେ ହୋଇଯିବ କି ଦୂର । ମନରେ ରହି ଯାଏ ଅନେକ ସଂଶୟ। କଥା ତ ହୁଏ ହେଲେ ମଧ୍ୟ ଲାଗୁଥାଏ ଭୟ, କାଳେ ହୋଇ ଯିବ କି ସେ ଦୂର । ଖାଲି ଆଶା ଥାଏ ପାଇବାର, ଅପେକ୍ଷା ରେ ରହିଯାଏ ସମୟର ।

ମଶା କାନପାଖରେ କରୁଥିବା ଶବ୍ଦର ରହସ୍ୟ - ଗୋଟିଏ ଲୋକକଥା

Image
ଗୋଟିଏ କାହାଣୀ ଅବା ଲୋକକଥା ରହିଛି। ବିଲେଇ, ମୂଷା ଓ ମଶା ତିନିଜଣ ଏକାଠି ହୋଇ ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟରେ ଲାଭ କ୍ଷତି ତ ଲାଗିଛି କାଳକ୍ରମେ ବ୍ୟବସାୟ ଡାଉନ୍ ହୋଇଗଲା। ତିନିଜଣଙ୍କ ଭିତରେ ଭାଗ ବଣ୍ଟା ମଧ୍ଯ ସରିଗଲା। ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ଯ ବିକ୍ରୀବଟା ହୋଇଗଲା ବଳକା ରହିଗଲା  କର୍ପୁର । ସେ ମଧ୍ୟ ତିନି ଭାଗ ହୋଇଗଲା। ବିଲେଇ ତା କର୍ପୁର ଖାଇ ଦେଲା। ମୂଷା ଗାତଖୋଳି ମାଟି ତଳେ ପୋତିଦେଲା। ଆଉ ମଶାର କର୍ପୁର ଡ଼ୋରି ହୋଇଗଲା। ସେହି କାଳରୁ ବିଲେଇ ଝାଡ଼ା ଫେରି ଆଗ ଶୁଙ୍ଘି ଦେଉଛି, କାଳେ କର୍ପୁର ବାହାରିଲା କି, ପୁଣି ବାଲି ମାଟି ଘୋଡ଼େଇ ଦେଉଛି। ମୂଷା ଗାତ ଖୋଳି ଚାଲିଛି, କେଉଁଠି ପୋତି ଥୂଲା ମନେ ପଡ଼ୁନାହିଁ, ଲଗାତାର ଖୋଳି ଖୋଳି ଚାଲିଛି କାଳେ କେଉଁଠି କର୍ପୁର ମିଳି ଯାଇପାରେ। ମଶା ସେହିଦିନରୁ ଆଗ କାନରେ ପଚାରୁଛି ମୋ କର୍ପୁର ନେଇଛ ? ଉତ୍ତର ତ ମିଳିନାହିଁ ଏ ଯାବତ, ଏଣୁ ସେ କାମୁଡ଼ୁଛି। ଏହାହିଁ ମଶାର କାନପାଖରେ କରୁଥିବା ଶବ୍ଦର ରହସ୍ୟ। ଆପଣଙ୍କୁ ଲେଖାଟି କେମିତି ଲାଗିଲା କମେଣ୍ଟ bux ରେ ନିଶ୍ଚୟ ଜାଣନ୍ତୁ ଇତି - ସତ୍ୟବ୍ରତ ପାଣିଗ୍ରାହୀ