ସମାଜରେ ପ୍ରଣାମର ଆବଶ୍ୟକତା - ଏକ ପୁରାଣ କଥା
ଦ୍ୱାପର ଯୁଗର କଥା, ମହାଭାରତ ଯୁଦ୍ଧ ଚାଲିଥାଏ - ଦିନେ ଦୁର୍ଯ୍ୟୋଧନ କଥାରେ ଆହତ ହୋଇ ପିତାମହ ଭୀଷ୍ମ ପ୍ରତିଜ୍ଞା କରିଦେଲେ ଯେ - “ମୁଁ ଗଙ୍ଗା ପୁତ୍ର ଭୀଷ୍ମ ପ୍ରତିଜ୍ଞା କରୁଛି ଯେ କାଲି ଯୁଦ୍ଧରେ ମୁଁ ପାଣ୍ଡବଙ୍କୁ ବଧ କରିଦେବି” । ଏହି ପ୍ରତିଜ୍ଞା ଶୁଣି ପାଣ୍ଡବଙ୍କ ଶିବିରରେ ଭାଳେଣି ପଡିଗଲା ।ପିତାମହ ଭୀଷ୍ମଙ୍କ ଶକ୍ତି ବିଷୟରେ ସମସ୍ତଙ୍କୁ ଜଣା, ସେଥିପାଇଁ ସମସ୍ତ ପାଣ୍ଡବ ଚିନ୍ତିତ ହୋଇଗଲେ । ଠିକ୍ ସେତିକିବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ, "ଏବେ ମୋ ସହିତ ଆସ" । ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ନେଇ ସିଧା ପିତାମହ ଭୀଷ୍ମଙ୍କ ଶିବିରରେ ପହଞ୍ଚିଗଲେ । ଏବଂ ଶିବିର ବାହାରେ ଛିଡ଼ା ହୋଇ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ, "ଭିତରକୁ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କର" । ଦ୍ରୌପଦୀ ଭିତରକୁ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କରିବା କ୍ଷଣି ଭୀଷ୍ମ ହାତ ଉପରକୁ ଟେକି "ଅଖଣ୍ଡ ସୌଭାଗ୍ୟବତୀ ଭଵ" କହି ଆଶୀର୍ବାଦ ଦେଲେ, ପୁଣି ସେ ଦ୍ରୌପଦୀଙ୍କୁ ପଚାରିଲେ - "ବତ୍ସ, ତୁମ୍ଭେ ଏତେ ରାତ୍ରରେ ଏକୁଟିଆ ଏଠିକୁ କିପରି ଆସିଲ, କଣ ଶ୍ରୀକୃଷ୍ଣ ତୁମ୍ଭକୁ ଏଠାକୁ ନେଇ ଆସିଛନ୍ତି ?" ଦ୍ରୌପଦୀ କହିଲେ - "ହଁ, ସେ କକ୍ଷ ବାହାରେ ଅଛନ୍ତି" ତାପରେ ଭୀଷ୍ମ ବି କକ୍ଷ ବାହାରକୁ ଆସିଗଲେ ଏବଂ ଉଭୟ ଉଭୟଙ୍କୁ ପ୍ରଣାମ କଲେ । ଭୀଷ୍ମ କହିଲେ - "ମୋର ଏକ ପ୍ରତିଜ୍ଞାକୁ ମୋର ହିଁ