ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ

ବର୍ତ୍ତମାନ ବିଶ୍ୱରେ ନାନାଦି ପ୍ରକାର ବିଶୃଙ୍ଖଳା ବଢିବାରେ ଲାଗିଛି । କେଉଁଠି ଯୁଦ୍ଧ ତ ଆଉ କେଉଁଠି ଗଣ ହତ୍ୟା । କେଉଁଠି ଆତଙ୍କବାଦ ତ ଆଉ କେଉଁଠି ପୁଣି ମାଓବାଦ। କିଏ କାହାକୁ ଅପହରଣ କରିଲାଣି ତ ଆଉ କିଏ ହତ୍ୟା । ସବୁଠି ଦୃଷ୍ଟି ଗୋଚର ହେଉଛି, କେବଳ ଆଉ କେବଳ ପଶୁତ୍ଵର ହିଂସ୍ର ପ୍ରକୃତି । ଯେପରି କି ନିଜ ସ୍ବାର୍ଥ ପାଇଁ ମନୁଷ୍ୟ ଆଜି ପାଲଟି ଯାଇଛି ହିଂସ୍ର ଜନ୍ତୁ ଟିଏ, ଯାହାର କି ଉଦ୍ଦେଶ୍ୟ କେବଳ ନିଜ ସ୍ବାର୍ଥ ସାଧନ। କାହାର କିଛି ହଉ କି ନ ହଉ ନିଜର ସ୍ବାର୍ଥ ହାସଲ ହେବା କିନ୍ତୁ ନିତ୍ୟାନ୍ତ ଆବଶ୍ୟକ । ଆପଣ ମାନେ ଅନୁଧ୍ୟାନ କଲେ  ଜାଣି ପାରିବେ ଯେ ସବୁ ସମସ୍ୟା ର ମୁଖ୍ୟ କାରଣ ହେଉଛି ସ୍ଵୟଂ ର ସ୍ବାର୍ଥ ।

    ଇତିହାସ ସାକ୍ଷୀ, ଯେବେ ଯେବେ ମାନବ କଲ୍ୟାଣ ଉପରେ ଭାରି ପଢେ ବ୍ୟକ୍ତି ସ୍ବାର୍ଥ, ସେତେବେଳେ ପୁରା ଜଗତକୁ ଗ୍ରାସ କରେ ଏକ ଭୟଙ୍କର ବିପଦ । ଯୁଗ ପରେ ଯୁଗ ବିତି ଯାଇ ଆଜି ଆମେ କଳି ଯୁଗରେ ପହଞ୍ଚିଛେ କିନ୍ତୁ ଆମେ ନିଜ ସ୍ୱାର୍ଥକୁ ଭୁଲି ପାରିନାହେଁ। ସମସ୍ତ ଯୁଗରେ ଯୁଗର ଅନ୍ତ ଘଟିଛି କେବଳ କିଛି ବ୍ୟକ୍ତି ସ୍ବାର୍ଥ ଲାଗି । ଏହି ସ୍ବାର୍ଥ ଯାହାକି ପରସ୍ପର ଭିତରେ କଳହ ସୃଷ୍ଟି କରିବା ସହ ପରଷ୍ପର ପାଇଁ ସୃଷ୍ଟି କରେ ଶତ୍ରୁତାର ଅଧ୍ୟାୟ। ପୁଣି ସେହି ସ୍ବାର୍ଥ କେତେ ବେଳେ କାଳ ହେଇ ଅନ୍ୟର ପ୍ରାଣ ହରଣ କରି ନିଏ ତ ପୁଣି କିଏ ଅପରାଧର ଅନୀତିକୁ ନିଜ ଅସ୍ତ୍ର କରି ପକାଏ। କେତେବେଳେ ଏହା ୨୬/୧୧ ଆତଙ୍କବାଦ ସୃଷ୍ଟି କରେ ତ କେତେବଳେ ପୁଣି ପୁଲୱାମା। ସେ ଯାହାବି ହେଉ ନା କାହିଁ ସବୁର ମୂଳ ଯଦି ଆପଣ ଦେଖିବେ ସ୍ବାର୍ଥ ହିଁ ଶତ ପ୍ରତିଶତ ଦାଇ ଅଟେ ।
    ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସତ୍ୟ ଯୁଗରେ ଭଗବାନ ଶିବ ନିଜର ଏହି ସ୍ୱାର୍ଥ ପାଇଁ ହିଁ ନିଜ ପୁତ୍ର ଶ୍ରୀ ଗଣେଷ ଙ୍କୁ ହତ୍ୟା କରି ଦେଇଥିଲେ ।ଠିକ୍ ସେଇପରି ତ୍ରେତୟା ଯୁଗରେ ଶ୍ରୀ ରାମ ଚନ୍ଦ୍ର ନିଜ ଧର୍ମ ପତ୍ନୀ ଙ୍କୁ ବହିଷ୍କାର କରି ଦେଇଥିଲେ ଓ କୈକେୟୀ ନିଜ ମମତା କୁ ଭୁଲି ରାମଙ୍କୁ ୧୪ ବର୍ଷ ବନବାସ କୁ ପଠାଇ ଦେଇଥିଲେ। ଦ୍ଵାପର ଯୁଗରେ ନିଜେ ଧର୍ମରାଜ ଯୁଧି୍ଠିର ନିଜ ପତ୍ନୀ ଙ୍କୁ ଖେଳରେ ବାଜି ଲଗାଇ ଦେଇଥିଲେ । ଯେତେବେଳେ ଏହି ସ୍ବାର୍ଥ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ପାଇଁ ଉଦ୍ଧିଷ୍ଟ ହୁଏ ତେବେ ତାହା ସମାଜ ପାଇଁ ଏବଂ ଅନ୍ୟର ପାଇଁ ବିପଦ ସୃଷ୍ଟି ହୁଏ ।
     କିନ୍ତୁ ଠିକ୍ ସେଇଭଳି ଯଦି ସେହି ସ୍ବାର୍ଥ ଜନମଙ୍ଗଳ କାରି ହୁଏ ତେବେ ତାହା ଏକ ସୁସ୍ଥ ସମାଜ ଗଠନ ପାଇଁ ସାହାର୍ଯ୍ୟ କରିଥାଏ । କିନ୍ତୁ ଅତି ଦୁଃଖର ବିଷୟ ଏହା ଯେ ବର୍ତ୍ତମାନ ସମସ୍ତେ ନିଜ ସ୍ୱାର୍ଥ କୁ ଗୁରୁତ୍ଵ ଦେଉଛନ୍ତି। ଏଥି ରାଜନୀତିରେ କିଏ ଖାଲି ସ୍ବାର୍ଥ ଖୋଜୁଛି ତ ଆଉ କିଏ ସମାଜ ସେବା ନାଁରେ ନୂଆ ନୂଆ NGO ଗଠନ କରି ସେଥିରୁ ନିଜ ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରୁଛି । ଏକ ସୁସ୍ଥ ସମାଜ ଗଠନ ବନି ଯାଉଛି କେବଳ ଆଉ କେବଳ "ସ୍ଲୋଗାନ" ମାତ୍ର । ସମସ୍ତେ ଏଥି ପ୍ରତି ସଜାଗ ହୋଇ ନିଜ ସ୍ବାର୍ଥ ଅପେକ୍ଷା ପର ସ୍ବାର୍ଥ କୁ ଅଧିକ ଗୁରୁତ୍ଵ ଦେଲେ ଭଲ । 

ଏତେ ସବୁ ଲେଖିବାର ମାନେ ନୁହେଁ ଯେ କାହାକୁ ଆକ୍ଷେପ କରିବା କିନ୍ତୁ ଆମକୁ ବଦଳିବାର ଅଛି ଆଉ ସଜାଗ ହେବାର ଅଛି । ଅନେକ ଏଥି ପ୍ରତି ଯତ୍ନଶୀଳ ମଧ୍ୟ, ଏଥିରେ ସନ୍ଦେହ ନାହିଁ । ବାସ୍ ସମାଜ ପାଇଁ ଆଉଟିକେ ସଜାଗ ହେବାକୁ ପଡ଼ିବ। ଆମକୁ ଅଣ୍ଟାରେ ଗାମୁଛା ବାନ୍ଧି ସମାଜର ହିତ ସାଧନ ରେ ନିଜ ସ୍ୱର୍ଥ କୁ ଭୁଲି ଅନ୍ୟ ସ୍ୱାର୍ଥକୁ ଗୁରୁତ୍ଵ ଦେବାକୁ ହେବ ।

ଇତି
ଆପଣଙ୍କ ପ୍ରିୟ - ସତ୍ୟବ୍ରତ ପାଣିଗ୍ରାହୀ



ଜରୁୀକାଳୀନ ସମୟରେ ରକ୍ତ ପାଇଁ ହଇରାଣ ହେଉଥିବା ଲୋକଙ୍କୁ ସାହାର୍ଯ୍ୟର ହାତ ବଢ଼ାନ୍ତୁ ଏବଂ ରକ୍ତ ଦାନ କରନ୍ତୁ...
ଆମ group ରେ join କରିବା ପାଇଁ କ୍ଲିକ୍ କରନ୍ତୁ 
👇👇👇👇👇

Comments

Post a Comment

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...