ଆଫଗାନ୍ ପୋଲିସ ମୁଖ୍ୟଙ୍କୁ ନିର୍ମମ ଭାବରେ ହତ୍ୟା: ଆଖିରେ ପଟି ବାନ୍ଧି ଆଣ୍ଠେଇ ବସାଇବା ପରେ ଗୁଳି କଲା ତାଲିବାନ
ଆଫଗାନିସ୍ତାନରେ ତାଲିବାନ କ୍ରୁରତାର ସବୁ ସୀମା ପାର କରିଦେଇଛି। କ୍ଷମତା ପାଇବା ପରେ ଦେଶର ଲୋକଙ୍କ ଉପରେ କରି ଚାଲିଛି ଅତ୍ୟାଚାର। ଏବେ ଆଫଗାନ ପୋଲିସ ମୁଖ୍ୟଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି ତାଲିବାନ । ତାଲିବାନର କମାଣ୍ଡୋ ବଦଗୀଶ ପ୍ରଦେଶରେ ପୋଲିସ ମୁଖ୍ୟ ହାଜି ମୁଲ୍ଲା ଅଚକଜଇଙ୍କୁ ଧରିବା ପରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ହତ୍ୟା କରିବା ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ତେବେ ତାଲିବାନ ନିଜେ ଏ ସମ୍ପର୍କରେ କୌଣସି ବୟାନ ଜାରି କରିନି। ତାଲିବାନ ଆମେରିକା ସେନା ଓ ଅଶରଫ୍ ଗନି ସରକାରଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ଘର ଘର ଯାଇ ଖୋଜୁଛି। ଏବଂ ଧମକ ମଧ୍ୟ ଦେଇଛି । ‘ଦ ସନ୍’ର ରିପୋର୍ଟ ଅନୁସାରେ, ଆଫଗାନ୍ ସୁରକ୍ଷା ପରାମର୍ଶଦାତା ଓ ହାଜି ମୁଲ୍ଲା ଅଚକଜଇଙ୍କ ସାଙ୍ଗ ନାସିର ଓ୍ବଜିରି କହିଛନ୍ତି, ତାଲିବାନ ସମର୍ଥକଙ୍କ ପକ୍ଷରୁ ପୋଲିସ ମୁଖ୍ୟଙ୍କୁ ହତ୍ୟାର ଭିଡିଓ ଜାରି କରାଯାଇଛି। ଓ୍ବଜିରି ଅନ୍ୟ ପୋଲିସ ଅଧିକାରୀଙ୍କ ସହିତ ଭାଇରାଲ ହେଉଥିବା ଫୁଟେଜ୍ ଦେଇ କହିଛନ୍ତି, ତାଲିବାନ ପୋଲିସ ମୁଖ୍ୟ ଅଚକଜଇକୁ ହତ୍ୟା କରାଯାଇଥିଲା। ଗୁରୁବାର ରାତିରେ ସେ ତାଲିବାନ ସାମନାରେ ଆତ୍ମସପର୍ମଣ କରିଥିଲେ। ଶହୀଦ ପୋଲିସ ମୁଖ୍ୟଙ୍କ ବନ୍ଧୁ ନାସିର ଓ୍ବଜିରି କହିଛନ୍ତି, ଅଚକଜଇଙ୍କୁ ତାଲିବାନୀ କମାଣ୍ଡୋ ଘେରି ଯାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ନିକଟରେ ସରେଣ୍ଡର କରିବା ଛଡା ଅନ୍ୟ କୌଣ