ଆଜି ଠାରୁ ଲାଗୁ ହେବ ନୂଆ ଗାଇଡ୍‌ଲାଇନ୍‌ :- ଦେଖନ୍ତୁ କ'ଣ ଖୋଲିବ ଆଉ କ'ଣ ବନ୍ଦ ରହିବ

ରାଜ୍ୟରେ କରୋନା ସଂକ୍ରମଣ କମି ଚାଲିଛି। କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ । ତେଣୁ ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି । ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି । ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦେଇଛନ୍ତି । ତେବେ ଅନେକ ଜିଲ୍ଲାରେ କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି । ୨୦ ଜିଲ୍ଲାରୁ ସପ୍ତାହାନ୍ତ ସଟ୍‌ଡାଉନ୍ ମଧ୍ୟ ଉଠାଇ ଦିଆଯାଇଛି । ତେବେ ସବୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି ।

ଏବଂ ବିଭିନ୍ନ ଜିଲ୍ଲା‌ରେ କରୋନା ସଂକ୍ରମଣ ହାରକୁ ଦେଖି ୩୦ଟି ଜିଲ୍ଲାକୁ ଦୁଇଟି ଭାଗ (କାଟାଗୋରୀ-ଏ ଏବଂ କାଟାଗୋରୀ-ବି) କରାଯାଇଛି। ୫%ରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକୁ ‘କାଟାଗୋରୀ-ଏ’ରେ ରଖାଯାଇଛି। ଏଥିରେ ଗତ ମାସରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲା ରହିଥିଲା। ଏଥର ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି। କାରଣ ଏହି ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ୫% ତଳକୁ ଖସି ଆସିଛି। ୫% ଉପରେ ସଂକ୍ରମଣ ହାର ଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ‘କାଟାଗୋରୀ-ବି’ରେ ରଖାଯାଇଛି।

‘କାଟାଗୋରୀ-ଏ’ରେ ଥିବା ୨୦ଟି ଜିଲ୍ଲାରେ ସମସ୍ତ ପ୍ରକାର ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଠାରେ ସପ୍ତାହାନ୍ତ ସଟ୍‌ଡାଉନ୍ ହେବ ନାହିଁ। ସାଧାରଣ ଯାତ୍ରୀବାହୀ ବସ୍‌ କେବଳ ଏହି ଜିଲ୍ଲାଗୁଡ଼ିକରେ ଚାଲିପାରିବ। ବସ୍‌ରେ ସିଟ୍‌ ଅନୁସାରେ ଲୋକ ଯାତ୍ରା କରିବେ। ଦୁଇ ଜଣ ଯାତ୍ରୀଙ୍କୁ ନେଇ ଅଟୋ ଓ ରିକ୍ସା ଆଦି ଚାଲିପାରିବ। ଏହି ଜିଲ୍ଲାଗୁଡ଼ିକରେ ସାପ୍ତାହିକ ହାଟ, ବଜାର ଖୋଲିବ। ଏଠାରେ ଇନ୍‌ଡୋର୍ ଓ ଆଉଟ୍‌ଡୋର୍‌ ସୁଟିଂ ମଧ୍ୟ କରାଯାଇପାରିବ।

ସେହିପରି ‘କାଟାଗୋରୀ-ବି’ରେ ଥିବା ୧୦ଟି ଜିଲ୍ଲାରେ ସଂକ୍ରମଣ କମୁଥିଲେ ମଧ୍ୟ ୫% ଉପରେ ରହିଛି। ଏଠାରେ କଟକଣା ଅପେକ୍ଷାକୃତ ଅଧିକ ରହିବ। ତେବେ ସମସ୍ତ ପ୍ରକାର ଦୋକାନ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ ଥିବା ବିଭିନ୍ନ କଟକଣା ଏଥର ମଧ୍ୟ ଲାଗୁ ହେବ। ଏଠାରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ସାପ୍ତାହିକ ଓ ଦୈନିକ ହାଟ, ସାଧାରଣ ଯାତ୍ରୀ ବସ୍‌ ଚଳାଚଳ ପୂର୍ବ ପରି ବନ୍ଦ ରହିବ l

କାଟାଗୋରୀ-ଏରେ ଥିବା ଜିଲ୍ଲା :- ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କାଟାଗୋରୀ-ବିରେ ଥିବା ଜିଲ୍ଲା :- ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ  ।

ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍‌, ପ୍ରଦର୍ଶନୀ, ମେଳା, ସିନେମା ହଲ୍‌, ଜିମ୍‌, ପାର୍କ, ଯାତ୍ରା, ବାର୍‌, ଅଡିଟୋରିୟମ୍, ସାମାଜିକ, ଧାର୍ମିକ ଓ ରାଜନୈତିକ ସଭାସମିତିକୁ ବାରଣ କରାଯାଇଛି । ସବୁ ଜିଲ୍ଲାରେ ସପିଙ୍ଗ୍‌ ମଲ୍‌, ସ୍ପା, ବିଉଟି ପାର୍ଲର୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ । ମନ୍ଦିର ଓ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ପୂଜକଙ୍କୁ ନେଇ ସେଠାରେ ଦୈନିକ ରୀତିନୀତି ଚାଲିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟର ହୋମ୍‌ ଡେଲିଭରି ଉପରେ କୌଣସି କଟକଣା ଜାରି କରାଯାଇ ନାହିଁ ।

ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ମଧ୍ୟ ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ । ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍‌ ସେବା ଆଦି ପୂର୍ବ ପରି ଚାଲୁ ରହିବ । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଜାରି ରଖିବେ।  ମିଠା ଦୋକାନୀ, ଠେଲାଗାଡ଼ି ଓ ଉଠାଦୋକାନୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ ।

ତେବେ ଗ୍ରାହକମାନେ କେବଳ ଖାଦ୍ୟ କିଣି ଘରକୁ ନେଇପାରିବେ । କେହି ଦୋକାନରେ ବସି କିମ୍ବା ସେଠାରେ ‌ଠିଆ ହୋଇ ଖାଇପାରିବେ ନାହିଁ । କଟକଣା କୋହଳ ସମୟରେ ଦୋକାନଗୁଡ଼ିକ ମଧ୍ୟରେ ନିର୍ଦ୍ଧାରିତ ଦୂରତା ବଜାୟ ରଖିବା, ଦୋକାନରେ ଭିଡ଼ ନ ହେବା ଆଦିକୁ ସଂପୃକ୍ତ ଦୋ‌କାନୀ ଓ ବଜାର କମିଟି ନିଶ୍ଚିତ କରାଇବେ । ନିୟମ ଖିଲାପ କଲେ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ। ଉଭୟ ଦୋକାନୀ ଓ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଓ ଠିକ୍ ଭାବେ ମାସ୍କ ପିନ୍ଧିବେ ।

ଏଥିରେ ଅବହେଳା କଲେ ସଂପୃକ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ। କରୋନା ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଓ କୋଭିଡ୍‌ ନିୟମ ଅନୁପାଳନ ଆଦି ୫ ସୂତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ ।




ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ...  ( ପ୍ରଣାମ ଗ୍ରୁପ୍ )


(Please wear mask)



ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...