Posts

Showing posts from July, 2021

କଟକ କଲେଜ୍‌ର YRC ୟୁନିଟ ତରଫରୁ ଅନୁଷ୍ଠିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ

Image
ପ୍ରକୃତିକ ବିପର୍ଯ୍ୟୟ ବର୍ତ୍ତମାନ ସାରା ବିଶ୍ଵରେ ଅନେକ ମାତ୍ରାରେ ପରିଲକ୍ଷିତ ହେଉଛି । ଜନସଂଖ୍ୟା ବୃଦ୍ଧି ଏବଂ ଆମ ମାନଙ୍କ ବିଳାସ ପୂର୍ଣ୍ଣ ଜୀବନ ଶୈଳି ପାଇଁ ଅନେକ ଭାବରେ ପ୍ରଭାବିତ ହେଉଛି ପରିବେଶ । ଏବଂ ଏହା ଫଳରେ ଅନେକ ସମସ୍ୟା ଦେଖାଦେଉଛି । ଏଥିପାଇଁ ଅନେକ ସମାଜର ମହାନ ବଦାନ୍ୟ ବ୍ୟକ୍ତି ଏବଂ ସଂସ୍ଥା ସଚେତନତା ପାଇଁ ପଚେଷ୍ଟା କରୁଛନ୍ତି । ଏଥିରେ କଟକ କଲେଜ ୟୁନିଟ୍ ମଧ୍ୟ ସଂଶ୍ଲିଷ୍ଟ ହୋଇ ଏହି ମହାନ କାର୍ଯ୍ୟରେ ତାହାର ଅନ୍ତର୍ଭୁକ୍ତି ଯାହିର୍ କରିଆସୁଛି । କଟକ କଲେଜ୍‌ର YRC ୟୁନିଟ ତରଫରୁ ଅନୁଷ୍ଠିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ବୃକ୍ଷରୋପଣ ସପ୍ତାହ ଅବସରରେ କଲେଜ୍‌ ପ୍ରାଗଣରେ ଚାରା ରୋପଣ କରାଯିବା ସହିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏଥିରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ସଂନ୍ଧ୍ୟା କାନୁନ୍‌ଗୋ, ରେଡ୍‌ କ୍ରସ ଅଫିସର ପ୍ରଦୀପ୍ତ ମିଶ୍ର, ଏନ୍ ସି ସି ଅଫିସର ମେଜର ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀମତୀ ପ୍ରଣତୀ ପଟ୍ଟନାୟକ ଉପସ୍ଥିତ ରହି ସ୍ଵେଚ୍ଛା ସେବୀ ମାନଙ୍କୁ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ କହିବା ସହ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ କରୋନା ନିୟମ କୁ ମଧ୍ୟ ଧାନ ଦିଆଯାଇଥିଲା । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ନେଇ ଅଧିକ ଗୁରୁତ୍ବାରୋପ ଏଥିରେ କରାଯାଇଥିଲା ।  ଏଥିରେ ସ୍ୱେଛାସେବୀ ସତ୍ୟବ୍ରତ ପାଣ...

ଆଜି ଠାରୁ ଲାଗୁ ହେବ ନୂଆ ଗାଇଡ୍‌ଲାଇନ୍‌ :- ଦେଖନ୍ତୁ କ'ଣ ଖୋଲିବ ଆଉ କ'ଣ ବନ୍ଦ ରହିବ

Image
ରାଜ୍ୟରେ କରୋନା ସଂକ୍ରମଣ କମି ଚାଲିଛି। କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ । ତେଣୁ ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି । ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି । ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦେଇଛନ୍ତି । ତେବେ ଅନେକ ଜିଲ୍ଲାରେ କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି । ୨୦ ଜିଲ୍ଲାରୁ ସପ୍ତାହାନ୍ତ ସଟ୍‌ଡାଉନ୍ ମଧ୍ୟ ଉଠାଇ ଦିଆଯାଇଛି । ତେବେ ସବୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି । ଏବଂ ବିଭିନ୍ନ ଜିଲ୍ଲା‌ରେ କରୋନା ସଂକ୍ରମଣ ହାରକୁ ଦେଖି ୩୦ଟି ଜିଲ୍ଲାକୁ ଦୁଇଟି ଭାଗ (କାଟାଗୋରୀ-ଏ ଏବଂ କାଟାଗୋରୀ-ବି) କରାଯାଇଛି। ୫%ରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକୁ ‘କାଟାଗୋରୀ-ଏ’ରେ ରଖାଯାଇଛି। ଏଥିରେ ଗତ ମାସରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲା ରହିଥିଲା। ଏଥର ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି। କାରଣ ଏହି ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ୫% ତଳକୁ ଖସି ଆସିଛି। ୫% ଉପରେ ସଂକ୍ରମଣ ହାର ଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ‘କାଟାଗୋରୀ-ବି’ରେ ରଖାଯାଇଛି। ‘କାଟାଗୋରୀ-ଏ’ରେ ଥିବା ୨୦ଟି ଜିଲ୍ଲାରେ ସମସ୍ତ ପ୍ରକାର ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ...