ଆଜିର ଚର୍ଚ୍ଚା :- ବ୍ରାହ୍ମଣ ଜାତି ଏବଂ ପରିଚୟ

ଜଣେ ବ୍ରାହ୍ମଣ ଭାରତୀୟ ଜାତି ପ୍ରଣାଳୀରେ ସର୍ବୋଚ୍ଚ ଜାତିର ସଦସ୍ୟ ଅଟନ୍ତି। ଯେଉଁମାନେ କି ପୂଜା ପାଠ କରିବା ସହିତ ସମାଜକଲ୍ୟାଣ ପାଇଁ ଉପଦେଶ ଦିଅନ୍ତି । ଆଜି ସେହି ବ୍ରାହ୍ମଣ ମାନଙ୍କୁ ନେଇ ସମାଜରେ ବିଭିନ୍ନ ପ୍ରକାର ଆଲୋଚନା ଚାଲୁଥିବାର ଦେଖାଯାଉଛି।  ଏ ଜାତିକୁ କିଛି ବ୍ୟକ୍ତି ସ୍ଵାର୍ଥପର, ଲୋଭି, ଭିକାରି ଠାରୁ ଆରମ୍ଭ କରି ଅନେକ କିଛି କହୁଥିବାର ଲକ୍ଷ କରାଯାଉଛି । ହଁ ଠିକ୍ ଯେ କିଛି ବ୍ୟକ୍ତି ଏଭଳି ଅଛନ୍ତି କିନ୍ତୁ କିଛିକାଂଶଙ୍କ ପାଇଁ ପୁରା ସମୁଦାୟ କୁ କିଭଳି ଅବା ନିନ୍ଦିତ କରାଯାଇ ପାରିବ ? ସମଜର ମଙ୍ଗଳ ଉଦେଶ୍ୟରେ ଏହି ଜାତି ଜନ୍ମିତ । ତେବେ ଏ ଜାତି କଭଳି ଖରାପ ହୋଇପାରେ । ଅଧ୍ୟାତ୍ମିକ ମାଧ୍ୟମରେ ଜନ ସାଧାରଣକୁ ସଚେତନ ଏବଂ ଜ୍ଞାନୀ କରି ସମାଜର ମଙ୍ଗଳ କାର୍ଯ୍ୟ କରିବା ହେଉଛି ଏମାନଙ୍କର ଲକ୍ଷ । ତେଣୁ ବ୍ରାହ୍ମଣର ପରିଚୟ ସମାଜରେ କିଛି ଅଲଗା ରହିଆସିଛି ।
ଜଣେ ବ୍ରାହ୍ମଣ ବ୍ୟକ୍ତି ନିଜର ପରିଚୟ ରୂପେ ନିମ୍ନ ଲିଖିତ କେତେ ତଥ୍ୟ ଜାଣିରଖିବା ଆବଶ୍ୟକ । ଯଥା :-
୧ ଗୋତ୍ର  ୨  ପ୍ରବର  ୩ ବେଦ  ୪  ଉପବେଦ  ୫  ଶାଖା 
୬  ସୂତ୍ର  ୭ ଛନ୍ଦ  ୮  ଶିଖା  ୯  ପାଦ  ୧୦  ଦେବତା  ୧୧ ଦ୍ୱାର ।

1. ଗୋତ୍ର :- ଆମେ ଯେଉଁ ଋଷିଙ୍କ ବଂଶଜ ତାଙ୍କରି ନାମ ଅନୁସାରେ ଗୋତ୍ର ନିର୍ଣ୍ଣୟ ହୁଏ ।
2. ପ୍ରବର :- ପ୍ରତ୍ୟେକ ଋଷି ତାଙ୍କ ଦେହାନ୍ତେ ଦିକ୍ଷା ଦନାର୍ଥେ ତିନି ବା ପାଞ୍ଚ ଜଣ ପୁର୍ଣ୍ଣ ଦୀକ୍ଷିତ ଶିଷ୍ୟଙ୍କୁ ନିର୍ଦ୍ଧାରଣ କରନ୍ତି।
ଆମର ପୂର୍ବଜ ଯୋଉ ଶିଷ୍ୟଙ୍କ ଠାରୁ ଦିକ୍ଷା ନେଲେ ତାଙ୍କର ନାମ ଅନୁସାରେ ଆମ ପ୍ରବର ନିର୍ଧାରିତ ହୁଏ।
3. ବେଦ :- ଚାରି ବେଦରୁ ଆମ ପ୍ରବର ଯେଉଁ ବେଦ ଅଧ୍ୟୟନ କରନ୍ତି ବା ନିର୍ଦ୍ଦେଶ ଦିଅନ୍ତି ତାହା ଆମ ବେଦ ଅଟେ ।
4. ଉପବେଦ :- କାଳକ୍ରମେ ସମ୍ପୂର୍ଣ୍ଣ ବେଦ ଅଧ୍ୟୟନ କରିବା ଅସମର୍ଥ ହେତୁ ସେହିବେଦର କିଛି ଅଂଶ ଅଧ୍ୟୟନ କରି ନିପୁଣତା ଅର୍ଜନ କରିବାକୁ ନିର୍ଦେଶ ଦେଲେ ତାହା ଉପବେଦ ।
5. ଶାଖା :- ସେହିପରି ବେଦର ଅଂଶ ଗୁଡିକୁ ଶାଖାରେ ପରିଣତ କରାଗଲା ।
6. ସୂତ୍ର :-  ପରବର୍ତ୍ତୀ କାଳରେ ଦେଖାଗଲା ସେହି ଶାଖା ଗୁଡିକ ଅଧ୍ୟୟନ ମଧ୍ୟ କଷ୍ଟସାଧ୍ୟ ହେଲା । ତେଣୁ ସେହି ଶାଖାର କେତେକ ବାଣୀ(ରହସ୍ୟ) କୁ ଶ୍ଳୋକ ରେ ପରିଣତ କରି ଗୋତ୍ରଚାରି ମାନଙ୍କୁ ଅଧ୍ୟୟନ ଓ ଅଭ୍ୟାସ କରିବାକୁ ଉପଦେଶ ଦେଲେ । 
7. ଛନ୍ଦ :- ସେହି ଶ୍ଳୋକ ଗୁଡିକୁ ସମନ୍ୱୟ ରକ୍ଷାକରି ପାଠ କରିବାପାଇଁ କିଛିଟା ଛନ୍ଦ ବା ଗାନଶୈଳୀ ନିର୍ଦ୍ଧାରିତକରି ବେଦ 
ପାଠ କଲେ । ଯାହାଫଳରେ ସେହି ବ୍ରାହ୍ମଣର କୁଳ ଗୋତ୍ର ଜଣାପଡୁଥିଲା ।
8. ଶିଖା :- କାଳକ୍ରମେ ବେଦଦ୍ଧ୍ୟାୟନ ନିତ୍ୟ ହୋଇନପାରିବାରୁ ପରିଚୟ ପାଇଁ ବ୍ରାହ୍ମଣ ମାନଙ୍କ ଶିଖା ବନ୍ଧନ ର ବ୍ୟବସ୍ଥା ନିର୍ଦ୍ଧାରଣ କଲେ । ତାହା ଦକ୍ଷିଣାବର୍ତ୍ତ ଓ ବାମବର୍ତ୍ତ ରୂପନେଲା ଓ ଏହିପରି ଶିଖା ବନ୍ଧନ ପ୍ରଣାଳୀ ଦ୍ୱାରା ବ୍ରାହ୍ମଣର କୁଳ ପରିଚୟ ଜାଣିପାରୁଥିଲେ ।
9. ପଦ:- ଏତଦ୍ ସହ ଯଜ୍ଞ ଆଦି ଅନୁଷ୍ଠାନ ରେ ନିର୍ଦ୍ଧିଷ୍ଟ ଶାଖାର ବ୍ରାହ୍ମଣମାନେ ନିର୍ଦ୍ଦିଷ୍ଟ ପାଦ ବଢ଼ାଇ ଯଜ୍ଞ ମଣ୍ଡପରେ ପ୍ରବେଶ କରିବାକୁ ନିର୍ଦ୍ଧାରିତ କରାଗଲା ।
10. ଦେବତା :- ପୂର୍ବେ ଜଣେ ବ୍ରାହ୍ମଣ ନିତ୍ୟ ପାଞ୍ଚ ଦେବତାଙ୍କୁ ଆରାଧନା କରୁଥିଲେ। ପରବର୍ତ୍ତୀ ସମୟରେ ଅନ୍ୟଥା ଉପଲବ୍ଧି ହେବାରୁ ପ୍ରତ୍ୟେକ କୁଳର ଈଷ୍ଟ ହିସାବରେ ଯେକୌଣସି ଏକ ଦେବ ଅଥବା ଦେବିଙ୍କୁ ନିତ୍ୟ ଆରାଧନା କରି ତାଙ୍କ ଶରଣରେ ସବୁ ଦେବକର୍ମ ଓ ନିତ୍ୟକର୍ମ ସମ୍ପାଦନା କରିବାପାଇଁ ସ୍ଥିରୀକୃତ ହେଲା । ତାହା ଈଷ୍ଟ ଦେବ ବା ଦେବୀ ହେଲେ । ଏହି ଈଷ୍ଟ ହିସାବରେ କୋଉ କୁଳର ବ୍ରାହ୍ମଣ ଜଣାପଡୁଥିଲା ।
11. ଦ୍ଵାର :- ଅନ୍ତରେ ଏ ସବୁ କର୍ମ ସୂଚନାରୁ କୁଳ ପ୍ରତିଲଖିତ ହେବା କଷ୍ଟ ହେବାରୁ ପ୍ରତ୍ୟେକ କୁଳର ବ୍ରାହ୍ମଣ ମାନଙ୍କୁ ଯଜ୍ଞ ମଣ୍ଡପର ଭିନ୍ନ ଭିନ୍ନ ଦ୍ୱାର ରେ ପ୍ରବେଶ କରିବା ନିର୍ଧାରିତ ହେଲା । ଏହାଫଳରେ ବ୍ରାହ୍ମଣ ସମାବେଶରେ ଜଣାପଡୁଥିଲା ସେ ବ୍ରାହ୍ମଣ ଜଣକ କେଉଁ କୁଳର । 
(ସଂଗୃହିତ ତଥ୍ୟ )

ସତ୍ୟବ୍ରତ ପାଣିଗ୍ରାହୀ



ଅଧିକ ଖବର ପାଇଁ Click କରନ୍ତୁ 👉 pranam news





ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...

Comments

Post a Comment

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...