କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ
ଯୁଗ ବଦଳୁଛି, ସମୟ ବଦଳୁଛି ତାହା ସହ ତାଳ ଦେଇ ମନୁଷ୍ୟ ମଧ୍ୟ ବଦଳି ଚାଲିଛି । ନିଜର ନିରାଧାର ଆବଶ୍ୟକତାକୁ ପୂରଣ କରିବା ଲାଗି ସବୁଜ ସୁନ୍ଦର ପୃଥିବୀକୁ କ୍ଷୟ କରିବାରେ ଲାଗିଛି, ତାହା ବଦଳରେ କଂକ୍ରିଟ ର ବଡ଼ ବଡ଼ ଅଟ୍ଟାଳିକା ସୃଷ୍ଟି କରୁଛି । ଯାହା ଫଳରେ ପ୍ରକୃତିର ସବୁଜିମା ଘେରା ପୃଥିବୀ ଆଜି ଧୀରେ ଧୀରେ ଅଟ୍ଟାଳିକାର ସହରରେ ପରିଣତ ହେବାରେ ଲାଗିଛି। ମଣିଷ ନିଜର ସୁଖ-ସୁବିଧା ଓ ବିକାଶ ପାଇଁ ଗଛଲତା କାଟି ସେଠାରେ ସିମେଣ୍ଟ, ବାଲି ଓ ଲୁହାର ବଡ଼ ବଡ଼ ଅଟ୍ଟାଳିକା ଠିଆ କରୁଛି। ପ୍ରତିଦିନ ସରକାରୀ ଏବଂ ବେସରକାରୀ ସ୍ତରରେ ସହ ସହ ବୃକ୍ଷ ଛେଦନ ଚାଲୁଅଛି । ଲାଗୁଛି ସତେ ଯେମିତି କିଛି ବର୍ଷ ଭିତରେ ସବୁଜ ଜଙ୍ଗଲର ସମ୍ପୂର୍ଣ୍ଣ ବିନାଶ ଘଟିବ । ତାହା ବଦଳରେ ଗଢ଼ି ଉଠିବ ଏକ ବଡ଼ କଂକ୍ରିଟ ଜଙ୍ଗଲ । ଏକ ସୁସ୍ଥ ଏବଂ ନିରୋଗି ପରିବେଶ ପରିସଂସ୍ଥାନ ଗଠନ ପାଇଁ ଗଛ-ଲତା, ନଦୀ-ନାଳ, ପାହାଡ଼-ପର୍ବତ ରହିବା ନିହାତି ଦରକାର । କିନ୍ତୁ ରାସ୍ତା ଘାଟ, କୋଠା ବାଡି, କଳକାରଖାନା, ବଡ଼ ବଡ଼ ସପିଙ୍ଗ ମହଲ କରିବାକୁ ଯାଇ ଆଜିର ଏ ଶିକ୍ଷିତ ସମାଜ ପ୍ରାକୃତିକ ପରିବେଶକୁ ଧ୍ଵଂସ କରିବାରେ ଚାଲିଛି । ଶିକ୍ଷିତ ସମାଜ ଜାଣିବା ର ଆବଶ୍ୟକତା ଅଛି ଯେ ଯଦି ସବୁଜ ପରିବେଶ ଧ୍ଵଂସ ହେଇ ଯିବ ତେବେ ସମ୍ପୂର୍ଣ୍ଣ ଜୀବ ସମାଜ ବିପଦଗାମି ହେବ । ଏମିତି ଏକ ଦିନ ଆସିବ ଯେଉଁଠି କି ସମସ୍ତଙ୍କ ପ...