ଚିରନ୍ତନ ଓ ପବିତ୍ର ବନ୍ଧୁତା
ଭଲ ବନ୍ଧୁଟିଏ ପାଇବା ମୋଟେ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଅନେକ ବନ୍ଧୁ ଆଗେଇ ଆସନ୍ତି । ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର । କିନ୍ତୁ ବର୍ତ୍ତମାନର ସମୟରେ କେବଳ ଆଉ କେବଳ ସ୍ବାର୍ଥ ହିଁ ବାସ୍ତବ ବନ୍ଧୁତାକୁ ଦୂରେଇ ଦେଉଛି । ଏବେ କା ସମୟରେ ଅନେକ ପ୍ରକାରର ବନ୍ଧୁ ବା ସାଙ୍ଗ ମିଳିବେ । ଯେମିତି କି,- ରକ୍ତ ସମ୍ପର୍କ ବନ୍ଧୁ । ଯେଉଁମାନେ କି ନିଜର ସମ୍ପର୍କୀୟ ହୋଇଥାଆନ୍ତି । ଦ୍ଵିତୀୟ ସ୍କୁଲ କିମ୍ବା କଲେଜ ର କିଛି ବନ୍ଧୁ । ଯେଉଁମାନେ ସାଧାଣତଃ ପିଲାବେଳ ର ବନ୍ଧୁ ସାଜିଥାଆନ୍ତି । ଏମାନେ କେବଳ ନିର୍ଦ୍ଧିଷ୍ଟ ସମୟ ପାଇଁ ଉଦ୍ଧିଷ୍ଟ ଥାଆନ୍ତି। ଏହା ପରେ ନିଜ ନିଜର ଭବିଷ୍ୟ ଗଠନ ପାଇଁ ପରବର୍ତ୍ତୀ ସମୟରେ ନିଜ ନିଜ ବାଟ ବାଛି ନେଇ ଥାଆନ୍ତି । ଏହା ପରେ ପୁନର୍ବାର ବନ୍ଧୁତା ହୁଏ ନିଜର କର୍ମ କ୍ଷେତ୍ର ରେ ଯେଉଁ ମାନେ କି ନିଜର କର୍ମକ୍ଷେତ୍ର ରେ ବନ୍ଧୁତା ସୃଷ୍ଟି ହୋଇଥାଏ । ଏହି ଭଳି ଜୀବନର ଅନେକ ସମୟରେ ଅନେକ ପ୍ରକାରରେ ବନ୍ଧୁତା ସୃଷ୍ଟି ହୋଇଥାଏ । କିନ୍ତୁ ଏହା ଭିତରୁ ମାତ୍ର ଜଣେ କି ଦୁଇ ଜଣ ନିଜର ଅତି ଘନିଷ୍ଟ ବନ୍ଧୁ ପାଲଟି ପାରନ୍ତି । ନିଜର ଚିନ୍ତାଧାରା, ପ୍ରକୃତି, ବ୍ୟବହାର କୁ ନେଇ ବନ୍ଧୁତା ରେ ଘନିଷ୍ଟତା ଆସିଥାଏ । ଗୋଟେ ସାଧୁର ବନ୍ଧୁ ସାଧୁ, ଗୋଟିଏ ଚୋର ର ବନ୍ଧୁ ଚୋର ହେବାର...