କଥା କୁହା ଠାକୁର
ମାମା ବୁଟୁକୁ ଆକଟ କରୁନ।ସେ ଥାକ ଗୁଡା ଖେଳେଇ କେମିତି କରୁଛି ? ମୁଁ କଲେଜ ଯିବା ଦିନଠାରୁ ବୁଟୁ ଖୁବ୍ ଦୁଷ୍ଟ ହୋଇ ଗଲାଣି।ଭଲ ଜିନିଷ ରଖିବାକୁ ଜାଗା ନାହିଁ ।ଗଡ୍ ରେଜ ରେ ଦେଖିଲ ଏ ପୁରୁଣା କେଉଁ କାଳର ସାର୍ଟ ପ୍ୟାଣ୍ଟ ଓ ସାଲ୍ ସାଇତି ରଖା ଯାଇଛି ? ପାପା କଣ ଆଗେ ଏମିତି ଢିଲା ପ୍ୟାଣ୍ଟ ହାତ କଟା ସାର୍ଟ ପିନ୍ଧୁଥିଲେ କି ମାମା? ସାଲ୍ ଟି ଦେଖେ ତ ଗୋଟେ ଜାଗାରେ କଣା।ଏମିତି ଜିନିଷ କେହି ସାଇତି ରଖେ କହି ବଂଶୀକା ଘର ଚଟାଣକୁ ଫିଙ୍ଗିଦେଲା ସେ ଗୁଡାକ। ଦୁଲ୍ ଦାଲ୍ ଶବ୍ଦ ଶୁଣି ମୁଁ ପରୀକ୍ଷା ପାଇଁ ପ୍ରଶ୍ନ ପ୍ରସ୍ତୁତ କରିବା ଛାଡି ଘର ଭିତରକୁ ଦଉଡ଼ି ଗଲି।କଣ ଫିଙ୍ଗା ଫିଙ୍ଗି କରୁଛୁ ବଂଶୀକା ? ପୁରୁଣା ଜିନିଷ ଗୁଡାକ କାଢି ସଫା କରୁଛି।ତୁମେ ତ ଏଣୁ ତେଣୁ ଜିନିଷରେ ଗଡ୍ ରେଜ ଭରିଛ।ବୁଟୁ ଥାକ ଖେଳେଇ ଗୁହାଳ କରିଛି।ସବୁ ସଫା କରି ସାଇଜ କରି ଯିବି।ଆର ଥର ଆସିଲା ବେଳକୁ ଘଣ୍ଟା ଘଣ୍ଟି ହୋଇଥିଲେ ବୁଟୁର ଦିନେକୁ ମୋର ଦିନେ।ସପ୍ତମରେ ପଢିଲାଣି ସଜାଇ ରଖିବା କି ସାଇତି ରଖିବା ଶିଖିଲା ନାହିଁ।ତୁମେ ତାକୁ ବେଶୀ ମୁହଁ ଦେଇଛ ମାମା। ବଂଶୀକା କଣ କଲୁ? ଠାକୁରଙ୍କ ଜିନିଷ ଫିଙ୍ଗିଦେଲୁ? ଠାକୁରଙ୍କ ଜିନିଷ ! କାଇଁ !! ଏଇ ସାର୍ଟ ପ୍ୟାଣ୍ଟ ଓ ସାଲ୍ ପରା। ହସି ହସି ଗଡି ଯାଇ ବଂଶୀକା କହିଲା ଓହୋ ମାମା ଏଇ ଫୁଟା ସାଲ୍ ଓ ପୁରୁଣା କାଳିଆ ସାର୍ଟ ପ୍ୟାଣ୍ଟ ଠାକୁର ପିନ୍ଧନ୍ତି ! ହଁ କଥାକୁହା ଠାକୁର ପିନ୍ଧନ୍ତି। ବିସ୍ମିତ ହୋ...