Posts

Showing posts from September, 2023

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Image
 ନକାରାତ୍ମକ ଚିନ୍ତା ଧାରା ସବୁ ବେଳେ ମନୁଷ୍ୟକୁ ନକରାତ୍ମକ ବ୍ୟକ୍ତିତ୍ଵ ରେ ପରିଣତ କରିଦେଇଥାଏ । କଥାରେ ଅଛି, "ଦେଉଳ ତୋଳିଲେ ନାଁ, ରାସ୍ତା କଡ଼ରେ ବିଷ୍ଟା କଲେ ମଧ୍ୟ ନାଁ" ! ଯାହାର ଚିନ୍ତା ଧାରା ଯେପରି ସେ କାର୍ଯ ମଧ୍ୟ ସେପରି କରିଥାନ୍ତି  ଏବଂ ସେ ଅନ୍ୟ ମାନଙ୍କ ପାଇଁ ଭାବନା ମଧ୍ଯ ସେହି ପରି ରଖିଥାନ୍ତି । ଆଜିର ସମାଜରେ ସବୁ ପ୍ରକାର ବିଶୃଙ୍ଖଳାର ହେବାର ମୂଳ କାରଣ ମଧ୍ୟ ଏହି । ସାମାଜିକ କଳହ ଠାରୁ ଆରମ୍ଭ କରି ପାରିବାରିକ କଳହ ଯାଏଁ ସବୁର ମୂଳରେ କେଉଁଠି ନା କଉଁଠି ଲୁଚି ରହିଥାଏ ଏହି ନକରାତ୍ମକ ଚିନ୍ତା ଧାରା । ଜମି ବାଡ଼ି ବିବାଦରୁ ଆରମ୍ଭ କରି ଘରବାଡ଼ି ବିବାଦ ଯାଏଁ ସବୁଠି ଏହାର ଅବଦାନ ରହିଥାଏ । ଯଦି ଆପଣ ଜଣଙ୍କୁ ଭଲ ପାଉଥିବେ ତେବେ ତାହାର ପ୍ରତ୍ୟେକଟି କଥା ଯାହା ଯେତେ ଖରାପ ହେଲେ ବି ଆପଣଙ୍କୁ କଉଠି ନା  କଉଠି ତାହା ଠିକ୍ ଲାଗିବ । କିନ୍ତୁ ଯଦି ତୁମ ମନରେ ତାହା ପ୍ରତି ଖରାପ ଚିନ୍ତା ଧାରା ଥିବ ତେବେ ସେ ଯେତେ ଭଲ କଥା କହିଲେ ମଧ୍ୟ ତାହା ତୁମକୁ ଖରାପ ଲାଗିବ । ଏ ସବୁ ଭାବନାର ମୂଳରେ ରହିଛି ନିଜର ଭାବନା। ଯଦି ନିଜ ଭାବନାକୁ ପରିବର୍ତ୍ତନ କରି ଭଲ ଭାବନା ଜାଗ୍ରତ କରିବା ଦେଖି ପାରିବ କି ସର ଜଗତ ଆମ ପାଖରେ ସୁନା ପାଲଟି ଯାଇଛି । ଆଜିର ଚିନ୍ତାଧାରା ଏତେ କଳୁଷିତ ହୋଇଯାଇଛି କି, ଯଦି ଗୋଟେ ଅନୁଷ୍ଠାନରେ ଗୋଟିଏ ଜାଗାରେ କାର୍ଯ୍ୟରତ ଜଣେ ପୁରୁଷ ଆଉ ଜଣେ ଅନୁଷ୍ଠାନର ...