ଆଇନ୍ କୁ ଆଖିଠାର
ଏହି ଦୁନିଆ ବଡ ବିଚିତ୍ର ! କାହାର ମନ ଭିତରେ କଣ ଅଛି ତାହା କେବଳ ଦୁଇ ଜଣକୁ ହିଁ ଜଣା । ଜଣେ ସେହି ବ୍ୟକ୍ତି ଏବଂ ଆଉ ଜଣେ ହେଉଛନ୍ତି ସ୍ଵୟଂ ବିଧାତା । ଏଠି କେହି କାହାର ନୁହେଁ । ସମସ୍ତେ ନିଜ ସ୍ବାର୍ଥ ସମ୍ବରଣ ନିମନ୍ତେ ଆଗଭର । ସ୍ବାର୍ଥର ହାନି ଘଟିଲେ ହୋଇ ଯାଏ ଏଠି ମହାଭାରତ । କିଏ ଏଠି କେବଳ ନିଜ ସ୍ବାର୍ଥ ହାସଲ ଏବଂ ଅନ୍ୟକୁ ଠକିବା ପାଇଁ ନିଜର ବୁଦ୍ଧି ବା ଜ୍ଞାନର ପ୍ରୟୋଗ କରୁଛି ତ ଆଉକିଏ ବଳର । ସେଇପରି କିଛି ଲୋକ ଟିକେ ସୁଯୋଗ ଦେଖିଲେ ଯେପରି ଚିଲ, ଶାଗୁଣା ଆସି ମାଡ଼ି ଆସନ୍ତି ନିଜର ଶିକାର ପାଖକୁ ଠିକ୍ ସେପରି କିଛି ବ୍ୟକ୍ତି ସମୟର ଚକ୍ରବ୍ୟୁହ ରେ ଫଶି ଯାଇଥିବା ହତାଦର ମାନିଷ କୁ କରନ୍ତି ସେ ତାଙ୍କର ଶିକାର । ଶିକାର କରିବା ପାଇଁ ତାଙ୍କର କୌଣସି ପ୍ରକାରର ପଞ୍ଝା ନଥାଏ କିନ୍ତୁ କାଫି ହୋଇଥାଏ ତାଙ୍କର ସେହି ଜ୍ଞାନର ଷଡଯନ୍ତ୍ର ର ଜାଲ। ଏଠାରୁ ବାହାରିବା ହୋଇଯାଏ ବହୁତ କଷ୍ଟ । ଏମାନଙ୍କ ଠାରୁ ମୁକୁଳିବା ହୁଏନି ସେତିକି ସହଜ । କାରଣ ଏହା ବୁଢିଆଣୀ ଜାଲ ପରି ଥାଏ ଶିକାରକୁ ଜାବୁଡ଼ି ଧରି ରଖିଥିବାର ଶକ୍ତି। ବାସ୍ ଯିଏ ସେଥିରେ ଥରେ ପଡ଼ି ଯାଏ ହୋଇଯାଏ ଶିକାର । ଏବଂ ଯେ ସେଠୁ ବାହାରି ପଡ଼େ ରହିଯାଏ ତାର ଅମୂଲ୍ୟ ଜୀବନ । ଆଜିର ଦିନରେ ପ୍ରତ୍ୟେକ ଦିନ ସକାଳୁ ଉଠି ଖବର କାଗଜର ପୃଷ୍ଠା ଓଲ୍ଟାଇଲା ବେଳକୁ ଦେଖିବେ କେବଳ ଏହି ମାନଙ୍କ ଖବର ଅଧିକାଂଶ ଶିରୋନାମା ଲିପିବଦ୍ଧ ହୋଇଥିବ । ଆଜିର ଆଇନ କୁ କିଛି ଏ...