ସମୟର ଚକ୍ରବ୍ୟୁହ
କଥାରେ ଅଛି ସମୟ ବଡ଼ ବଳବାନ । କିଏ ଏହାକୁ ମାନୁ କି ନ ମାନୁ ଏହା ହେଉଛି ବାସ୍ତବତା । ସମୟ ହାତରେ ଏମିତି ଏକ ଡୋରି ରହିଛି ଯାହାକି ସେ ଭଗବାନ ଶ୍ରୀ ରାମ ଚନ୍ଦ୍ର ଙ୍କୁ ମଧ୍ୟ ୧୪ ବର୍ଷ ବାନବାସ କରାଇ ଦେଇଥିଲା । ଇତିହସ ସାକ୍ଷୀ ସମୟ କେତେ ବଡ଼ ବଡ଼ ରାଜା ମହାରାଜା ମାନଙ୍କୁ ପରାସ୍ତ କରି ଭିକାରି ବନାଇ ଦେଇଛି ଏବଂ ଭିକାରି ରୁ ରାଜା ଅବା ମହାରାଜା । ସେ ଯାହାବି ହେଉ ନା କାହିଁକି ଯଦି ଖରାପ ସମୟ ଆସେ ତେବେ ସ୍ଵୟଂ ର ସତ ପ୍ରଚେଷ୍ଟା ମଧ୍ୟ ହାର୍ ମାନି ଯାଏ । ସେଥି ପାଇଁ ତ କିଏ ଏହାକୁ ଭାଗ୍ୟ କହି ତ କିଏ କର୍ମ ଫଳ ମନେ କରି କେବଳ ନିଜକୁ ଆଶ୍ଵାସନା ଦେଇଥାଏ । ଆଶା ଥାଏ ସମୟ ବଦଳିବ ପୁଣି ଆସିବ ଭଲ ସମୟ । ଭାଗ୍ୟ ବଦଳି ଯିବ ! କିନ୍ତୁ ତାହା ହୋଇନଥାଏ ।ସମୟ ତାହାର ଚକ୍ରବ୍ୟୁହ ରଚନା କରୁଥାଏ ।ନିଜ ଜାଲରେ ଫସାଇବା ପାଇଁ। ତେବେ ମନରେ ପ୍ରଶ୍ନ ଉଠେ ଏହାକୁ ତିଆରି କରେ କିଏ ? ସମୟ କୁ କଣ ବଦଳା ଯାଇ ପାରିବନି କି ? ସମୟକୁ କଣ ନିଜ ହାତରେ ପରିବର୍ତ୍ତନ କରାଯାଇ ପାରିବ ? ଏଭଳି ଏନେକ୍ ପ୍ରଶ୍ନ... ତେବେ ଯେତେ ବେଳେ ଆମେ ଏ ସବୁର ଉତ୍ତର ଖୋଜିବା ତେବେ ପାଇବା କି, ସମୟ କୁ ଆମେ ସ୍ଵୟଂ ହିଁ କିଛିକାଂଶରେ ହିଁ ତିଆରି କରୁଛୁ । ଅର୍ଥାତ୍ ଭଲ ଅବା ଖରାପ ସମୟ ହେବାର ଆମେ ହିଁ ପରୋକ୍ଷରେ ହଉ ଅବା ପ୍ରତ୍ୟକ୍ଷ ରେ ଦାୟୀ ରହିଥାଉ। କିନ୍ତୁ ଏହା ସବୁ ସମୟରେ ଠିକ୍ ହୋଇ ନଥାଏ । ବେଳେ ବେଳେ ଆମର ଭା...