ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ
ଶାଳଗ୍ରାମ :- ଶାଳଗ୍ରାମ ହେଉଛି ଏକ ଜାତିର ପଥର ; ଯାହାକୁ ବୈଜ୍ଞାନିକ ମତରେ ଆମ୍ନୋନାଇଟ୍ କୁହାଯାଏ ; ଯିଏକି ଏକ ଛିଦ୍ରଯୁକ୍ତ କୁଣ୍ଡଳାକାର ଜୀବାଶ୍ମ ଅଟେ। ହେଲେ ହିନ୍ଦୁ ଶାସ୍ତ୍ର ମତେ ଏହା ହେଉଛି ବିଷ୍ଣୁ ଦେବଙ୍କ ଜୀବନ୍ତ ପ୍ରତିମା। ଶାଳଗ୍ରାମ ବିନା କୌଣସି ବିଷ୍ଣୁମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ। କୌଣସି ବିଷ୍ଣୁମନ୍ଦିର ନୂଆ କରି ତିଆରି ହେଲେ ବିଷ୍ଣୁପ୍ରତିମାର ପ୍ରାଣପ୍ରତିଷ୍ଠା କରିବାକୁ ପଡେ ; ହେଲେ ଶାଳଗ୍ରାମ ବିନା ପ୍ରାଣପ୍ରତିଷ୍ଠାରେ ପୂଜା ପାଇଥାଏ। କେଉଁଠୁ ମିଳେ:- ଶାଳଗ୍ରାମ କେବଳ ନେପାଳ ଅନ୍ତର୍ଗତ ' ମୁକ୍ତିନାଥ ' ନାମକ ସ୍ଥାନରେ ' ଗଣ୍ଡୁକୀ ' ନଦୀ ପଠାରେ ଦେଖିବାକୁ ମିଳିଥାଏ। ଦ୍ଵାରିକା ସମୁଦ୍ର କୂଳରୁ ମଧ୍ୟ ଏକ ପ୍ରକାର ଧଳା ପଥର ମିଳେ ; ଯାହାକୁ ' ଚକ୍ରନିକା ' କୁହଯାଏ। ଏ ପଥର ମଧ୍ୟ ଶାଳଗ୍ରାମ ସମତୂଲ୍ୟ । ଏହାକୁ ଶାଳଗ୍ରାମ ସହିତ ରଖି ପୂଜା କରାଯାଏ। ଶାଳଗ୍ରାମ କିପରି ସୃଷ୍ଟି ହୁଏ :- ଗଣ୍ଡୁକୀ ନଦୀରେ ' ବଜ୍ରକୀଟ ' ନାମକ ଏକ ପ୍ରକାର ବାସ କରନ୍ତି ; ଯାହାର ଦାନ୍ତ ଓ ନଖ ଗ୍ରାନାଇଟ ଶିଳାଠୁ ଶକ୍ତ ବୋଲି ବିଶ୍ଵାସ ରହିଛି। ସେଇ କୀଟଗୁଡିକ ଏଇ ଶିଳା ଉପରେ ଚକ୍ରାକୃତିର ଚିହ୍ନମାନ ଅଙ୍କନ କରିଥାନ୍ତି। ଏଇ ଚକ୍ର ସବୁ କେବଳ ଶିଳାର ଉପରି ଭାଗରେ ନ ରହି ଶିଳାର ଭିତର ଭାଗରେ ବି ରହିଥାଏ ; କାରଣ ଏଇ କୀଟ ସେଇ ଶିଳା ଭିତରେ ହିଁ ବାସ କରିଥାଏ। ସେଇ...