ଏଥର ଦୁର୍ଗା ପୂଜାରେ ବାତ୍ୟା ଆଶଙ୍କା
ଦୁର୍ଗାପୂଜା ବେଳେ ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ସମୁଦ୍ରରେ ଅଧିକ ଦିନ ରହି ହେବ ଶକ୍ତିଶାଳୀ ! ଦୁର୍ଗାପୂଜା ପାଇଁ ସରକାରଙ୍କ କଟକଣା ପରେ ଏବେ ବାତ୍ୟା ସମ୍ପୂର୍ଣ୍ଣ ଫିକା କରିଦେଲା ପରି ଅନୁମେୟ ହେଉଛି । ଅକ୍ଟୋବରରେ ଓଡିଶାକୁ ବତ୍ୟା ଭୟ ଅଧିକ ରହିଥାଏ । ଏହା ପୂର୍ବରୁ ମହାବାତ୍ୟା ହୁଡହୁଡ, ଫାଇଲିନ, ତିତିଲି ବାତ୍ୟା ଅକ୍ଟୋବରରେ ଓଡିଶା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ପୁଣି ଚଳିତ ମାସ ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି ଏହି ଲଘୁଚାପ ସମୁଦ୍ରରେ ବାତ୍ୟାର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇ କ୍ରମେ ଅବପାତର ରୂପ ନେବ । ଏହାପରେ ସମୁଦ୍ରରେ ୪ରୁ ୫ ଦିନ ରହିବାର ସମ୍ଭାବନା ରହିଛି । ତେଣୁ ଏହି ବାତ୍ୟା ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗକୁ ପ୍ରବେଶ କରିବା ଆଶଙ୍କା କରାଯାଉଛି । ଏହା ପୂର୍ବରୁ ଓଡିଶାରେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅମ୍ଫାନ ବାତ୍ୟା ମଧ୍ୟ ସମୁଦ୍ରରେ ୫ ଦିନ ରହିବା ପରେ ସ୍ଥଳଭାଗ ମୁହାଁ...