ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"
ମା ଏବଂ ମାତୃତ୍ୱର ସନ୍ତାନ ସହିତ ଥିବା ଏକ ଅଦୃଶ୍ୟ ବନ୍ଧନକୁ ଦୁନିଆ ସାମ୍ନାରେ ସ୍ମରଣ କରାଇବା ନିମନ୍ତେ ମେ ମାସର ଦ୍ୱିତୀୟ ରବିବାର କୁ ଆନ୍ତର୍ଜାତୀୟ ମାତୃଦିବସ ଭାବରେ ସାରା ବିଶ୍ଵ ପାଳନ କରିଥାଏ । ଏହା ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି ମାତୃ ଶକ୍ତିର ଆବଶ୍ୟକତା କୁ ସାରା ବିଶ୍ଵକୁ ଜଣାଇଦେବା । ପୁତ୍ର ଯେତେ ଭୁଲ୍ କରୁ ଯେତେ କଷ୍ଟ ଦେଉ ପଛେ ମା ସାମ୍ନା ରେ ପୁତ୍ର ପ୍ରତି ସ୍ନେହ, ଆଦର, ମମତା କେବେବି କମି ନ ଥାଏ । ସେଥି ପାଇଁ ତ ମା କୁ ମମତାମୟୀ ର ଆଖ୍ୟା ଦିଆ ଯାଏ । କିନ୍ତୁ ବେଳେ ବେଳେ ସନ୍ତାନ ଏହାକୁ ଠିକ୍ ଭାବରେ ବୁଝିପାରେ ନାହିଁ । ଏବଂ ମାକୁ ଆଦର କରେ ନାହିଁ। ଫଳ ସ୍ଵରୂପ ମମତାମୟୀ ମା ହୋଇଯାଏ ନିରାଶ । କିନ୍ତୁ ତଥାପି ତାର ମନରେ ନ ଥାଏ ସନ୍ତାନ ପ୍ରତି କିଛି ଦୁର୍ଭାବନା । ସେ ତଥାପି ନିଜ ସନ୍ତାନ ପାଇଁ ନିଜର ସର୍ବସ୍ଵ ତ୍ୟାଗ କରିଦେଇଥାଏ । ସେଥି ପାଇଁ ତ ମା ମହାନ ହୋଇଥାଏ। ଯେତେବେଳେ ସନ୍ତାନ କୌଣସି ବିପଦରେ ଫସି ଯାଏ, ସେତେବେଳେ ସମସ୍ତେ କେବଳ ପରିହାସ କରିବା ସହ ବିଭିନ୍ନ ପ୍ରକାରର କଥା କହିଥାଆନ୍ତି କିନ୍ତୁ ଗୋଟିଏ ମା ଏହାକୁ ଠିକ୍ ବୁଝିପାରେ ଏବଂ ସନ୍ତାନର କଷ୍ଟକୁ ନିଜ କଷ୍ଟ ମନେ କରିଥାଏ । ସେଥି ପାଇଁ ତ ମା ହେଉଛି ମହାନ୍ । ଏବଂ ଏହି ମା ର ଯତ୍ନ ନେବା ଆମର କର୍ତ୍ତବ୍ୟ । ଏ ସବୁ କଥା ଆଲୋଚନା କଲା ବେଳେ ମନେ ପଡିଯାଏ ତ୍ରେତୟା ଯୁଗର ଶ୍ରୀରା...